ଡିଜେକୁ ବାରଣ କରି ଶବ୍ଦ ପ୍ରଦୂଷଣ ରୋକାଯାଉ

ନବରଙ୍ଗପୁର : ବିବାହ, ବ୍ରତ ଅବା ଯେକୌଣସି ଶୋଭାଯାତ୍ରା ବାହାରିଲେ ଡିଜେ କଥା ଭାବି ଛାତି ଦୁଲୁକି ଉଠୁଚି। ବିଭିନ୍ନ କାର୍ଯ୍ୟକ୍ରମରେ ଛାତିଥରା ଡିଜେ ବଜାଇ ନାଚଗୀତରେ ମସଗୁଲ ହେବା ଦେଖାଯାଉଛି। ଡିଜେ ବଜାଇବା ଦ୍ବାରା ତୀବ୍ର ଶବ୍ଦ ପ୍ରଦୂଷଣ ସୃଷ୍ଟି ହେଉଛି ଓ ସାଧାରଣ ସାମାଜିକ ଜୀବନରେ ବ୍ୟାଘାତ ଘଟୁଛି। ଡିଜେ ବଜାଇବା ଆଇନତଃ ମନା ରହିଥିବା ବେଳେ ଫାୟାର ଓ୍ବାର୍କସ ଏଣ୍ଡ ଲାଉଡର ସ୍ପିକର ଆଇନ୍ ୧୯୫୮ର ବିଭିନ୍ନ ଧାରା ଅନୁଯାୟୀ ଡିଜେ ଗାଡି ଯବତ କରିବା ସହ ଖିଲାପକାରୀଙ୍କ ବିରୋଧରେ କେଶ କରାଯିବ ବୋଲି କୁହାଯାଇଛି। ଏଥିପାଇଁ ଜନସାଧାରଣଙ୍କ ପୂର୍ଣ ସହଯୋଗ ବିନା ଜନସମାବେଶରେ ଡିଜେ ବଜାଇବାକୁ ମନା କରିବାକୁ ଗଲେ ଏକ ଅପ୍ରିତିକର ପରିସ୍ଥିତିର ମୁକାବିଲା କରିବାକୁ ନେଇଁ ସମସ୍ୟା ସୃଷ୍ଟି ହୋଇପାରେ! ପ୍ରଶାସନର ଅନୁମତି ବିନା ଡିଜେ ବଜାଇବା ମନା ହୋଇଥିଲେ ବି “ଡି.ଜେ”ପ୍ରତି ଅଧିକ ଉତ୍ସୁକତା ବଢିବାରେ ଲାଗିଛି। ବୃଦ୍ଧ,ହୃଦରୋଗୀ,ଛୋଟ ପିଲାଙ୍କୁ ଏହା ପାଖ ରହିବାକୁ ମନା କରିବା ଉଚିତ୍। ତଥାପି ଡିଜେ ବାଜିଗଲେ ଏହାର ଶବ୍ଦରେ ଘରର କାନ୍ଥ ସହିତ ଦୁଲୁକି ଯିବା ଅନୁଭୂତ ହୁଏ।

ଏହି ଉଚ୍ଚ ସ୍ବର ଆଖପାଖ ପରିବେଶରେ ରହୁଥିବା ଅନ୍ୟମାନଙ୍କ ପାଇଁ କେତେ ଗ୍ରହଣୀୟ ତଥା ଶବ୍ଦ ପ୍ରଦୂଷଣ କେତେ ସମୀଚିନ ଗୁଣି ଜ୍ଞାନୀ ଜନ ବିଚିତ୍ର ନ କରିବା ଦୁଃଖ ଦାୟକ। ଡିଜେ ଯୁଗରେ ଛାତିର ସ୍ପନ୍ଦନ ଅଟକାଇ ଦେଲାଭଳି ୬୩ ଡେସିବଲରୁ ଆହୁରି ଅଧିକ ମାତ୍ରାରେ ଶବ୍ଦ ପ୍ରୟୋଗ କରାଯାଉଛି। ଏହାଛଡା ନିର୍ବାଚନ ପ୍ରଚାର ଓ ସାଧାରଣ ସଭାର ପ୍ରତିଦ୍ବନ୍ଦିତା କରୁଥିବା ମଧ୍ୟ ତୀବ୍ର ଧ୍ବନି ଭିତରେ ଶବ୍ଦ ପ୍ରଦୂଷଣ ସୃଷ୍ଟି ହେଉଛି। ହେଲେ ଏହାକୁ ନଜରଅନ୍ଦାଜ କରି ଡିଜେ କୁ ପ୍ରତ୍ସାହିତ କରିବା ସହ ପରିବେଶ ନଷ୍ଟ କରୁଛେ। ପ୍ରଶାସନ ଏହାକୁ ନେଇଁ କଡାକଡି ଭାବେ ନିର୍ଦ୍ଦେଶନାମା ଜାରୀ କରି ଅନ୍ୟର ଶାନ୍ତି ଓ ସୁରକ୍ଷାରେ ସହାୟକ ହେବାକୁ ବୁଦ୍ଧିଜିବୀଙ୍କ ମହଲରେ ମତ୍ତ ପ୍ରକାଶ ପାଇବା ଦେଖା ଯାଉଛି।

nis-ad
Leave A Reply

Your email address will not be published.