କେବେ ବଦଳିବ ଇଂରାଜୀନାମ ଫଳକ.. ?

ସରକାରୀ ନିୟମ କୁ ଫୁ…!!

ନବରଂଗପୁର : ନବରଂଗପୁର ଜିଲ୍ଲାରେ ବଦଳି ପାରୁନାହିଁ ଇଂରାଜୀ ଭାଷା। ମୂଳରୁ ଶେଷ ଯାଏଁ ମାଳମାଳ ଇଂରାଜୀ ଭାଷାର ଫଳକ। ଜିଲ୍ଲାରେ ବ୍ୟବସାୟୀକ ଭିତ୍ତିଭୂମିକୁ ବାହାର ରାଜ୍ୟରୁ ଆସି ସ୍ଥାୟୀ କରି ସାରିଛନ୍ତି ସତ ହେଲେ ଓଡିଆଭାଷାକୁ ଆପଣେଇ ନେବାକୁ କୁଣ୍ଠିତ ହେଉଥିବା ଦେଖିବାକୁ ମିଳୁଛି। ସହରରେ ତେଲୁଗୁ,ମାରଓ୍ବାଡି ବ୍ୟବସାୟଙ୍କ ପ୍ରାଧାନ୍ୟ ଯଥେଷ୍ଟ ଦେଖିବାକୁ ମିଳୁଛି। ସେମାନେ ସେମାନଙ୍କ ଭାଷା ମାଧ୍ୟମରେ ବ୍ୟବସାୟର ମୂଳଦୂଆ ତଥା ଅନ୍ୟମାନଙ୍କୁ ପ୍ରଭାବିତ କରିସାରିଲେଣି। ହେଲେ ଓଡିଆଭାଷାକୁ ନୁହେଁ। ଭାରତବର୍ଷରେ ଓଡିଶା ହେଉଛି ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ଗଠନ ହୋଇଥିଲା। ୧୮୦୫ ମସିହା ବେଳକୁ ଇଂରେଜ ଶାସନ କାଳରେ ଓଡିଆ ଭାଷାକୁ ସରକାରୀ ଭାଷା ଭାବରେ ସ୍ବୀକାର କରିବାର ୨୦୦ ବର୍ଷ ବିତିଯାଇଛି। ତଥାପି ସବୁ ସ୍ତରରେ ଓଡିଆକୁ ସ୍ବୀକୃତି ପ୍ରଦାନ କରିବାକୁ ସଂଘର୍ଷ ଜାରୀ ରହିଛି। ଗତ ୨୦୨୨ ମସିହା ଏପ୍ରିଲ ମାସରେ ସମସ୍ତ ବିଦ୍ୟାଳୟ,ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ତଥା ସରକାରୀ କାର୍ଯ୍ୟାଳୟ,ବାବୁମାନଙ୍କ ବ୍ୟବହାର ଗାଡି ମାନଙ୍କ ନାମକୁ ଓଡିଆ ଭାଷାରେ ଲେଖାଯିବା ବାଧ୍ୟତା ମୂଳକ ନିୟମ କରାଯାଇଛି। ତଥାପି ଆଜି ପର୍ଯ୍ୟନ୍ତ କେତେକ ସ୍ଥାନରେ ଇଂରାଜୀର ମହିମା ମଣ୍ଡନ କରିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାର କିଛିଦିନ ତଳେ ଅର୍ଥାତ୍ ୬-୪-୨୩ ତାରିଖରେ ବିଧାନସଭାରେ ଗୃହିତ ହେଲା ଯେ,ଯେତିକି ପଞ୍ଜିକୃତ ବ୍ୟବସାୟୀକ ଅନୁଷ୍ଠାନ,ବେସରକାରୀ ପ୍ରତିଷ୍ଠାନର ଫଳକ ଓଡିଆଭାଷାରେ ଲେଖାଯିବା ବାଧ୍ୟତାମୂଳକ। ୭ ଦିନର ମହଲତ ଭିତରେ ଫଳକ ଓଡିଆରେ ପରିବର୍ତ୍ତନ ନ ହେଲେ ପ୍ରଥମେ ୫୦୦୦ ଜରିମାନା ପଡିବା,ଏହାକୁ ଖିଲାପ ହେଲେ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବାକୁ କୁହାଯାଇଛି। ହେଲେ ଏହାକୁ ନେଇଁ ସରକାରୀ ମନୋଭାବକୁ ଆଲୋଚନା ହେଉଛି ସିନା ଫଳକ ପରିବର୍ତ୍ତନ ହୋଇପାରୁ ନାହିଁ। ନିୟମ କେବଳ କାଗଜ କଲମରେ ହିଁ ଆବଦ୍ଧ ହୋଇ ରହିଯାଉଛି। ଗ୍ରାମାଞ୍ଚଳରେ ବଦଳିବା ଦୂର କଥା ପୌରାଞ୍ଚଳରେ ଏହାର ପ୍ରଭାବ ଶୂନ। କିଛି ସରକାରୀ ବାବୁଙ୍କ ବ୍ୟକ୍ତିଗତ କଥା ହୋଇ ରହିଯାଉଛି। ଓଡିଆଭାଷାକୁ ନେଇଁ ଅନେକ ମହାପୁରୁଷଙ୍କ ବଳିଦାନ ରହିଛି। ସେମାନେ ନ ଥିଲେ ଆଜି ଓଡିଶା ମାଟି ଯେ,କେତେ ଭାଗରେ ବିଭକ୍ତ ହୁଅନ୍ତା କଳ୍ପନା ମଧ୍ୟ କରି ହୁଅନ୍ତା ନାହିଁ। କେବଳ ବୈଠକ ମଧ୍ୟରେ ସୀମିତ କରି ମହାପୁରୁଷଗଣଙ୍କ ଗାଥା ବ୍ୟାଖ୍ୟା କରାଯାଉଛି। ତାପରେ ଯେଉଁ ତିଥିରେ କୁ ସେହି ତିମିରେ।

ଶିକ୍ଷା ବିଭାଗ ମୂଖ୍ୟ,ନବରଂଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଡ ସଂଯୁକ୍ତା ପଣ୍ଡା ଓଡିଆ ଭାଷାକୁ ରକ୍ଷା ଓ ସମୃଦ୍ଧ କରିବାକୁ ହେଲେ ସଚେତନତା ଓ ଆନ୍ତରିକତାର ରହିବା ଆବଶ୍ୟକ କହିବା ସହ ଶୌଖିକ,ବାହ୍ୟ ବାତାବରଣରେ ପ୍ରାଧାନ୍ୟ ଦେଉ ନାହୁଁ ବୋଲି କହିଛନ୍ତି। ଅନ୍ୟ ଭାଷାଭାଷୀଙ୍କ ପାଖରେ ଆମେ ଖାପ ଖୁଆଇବା ପାଇଁ ପରିବର୍ତ୍ତନ ହେଉଛୁ, କିନ୍ତୁ ଆମ ଭାଷାକୁ ପ୍ରାଧାନ୍ୟ ଦେଉ ନ ଥିବା କଥା ଡ ପଣ୍ଡା ଅଭିବ୍ୟକ୍ତ କରିଛନ୍ତି। ଏଣୁ ସରକାରୀ ହେଉ କି ବେସରକାରୀ ପ୍ରତିଷ୍ଠାନ ହେଉ କୌଣସି ପରିସୀମା ମଧ୍ୟରେ ଓଡିଆକୁ ସୀମାବଦ୍ଧ ନ କରି ଆତ୍ମ ପରିଚୟ ନିମନ୍ତେ ନିଜ ଭାଷାକୁ ଗୁରୁତ୍ତ୍ବ ଦେଇ ସରକାରୀ ନିୟମକୁ ପାଳନ କରିବା ଉଚିତ ବୋଲି ବୁଦ୍ଧିଜିବୀଙ୍କ ମହଲରେ ମତ୍ତ ପ୍ରକାଶ ପାଉଛି।

nis-ad
Leave A Reply

Your email address will not be published.