ଡମ୍ପର ସହ ଧକ୍କା ହୋଇ ଜଳିଗଲା ବାଇକ, ୧ ମୃତ

କୁଆଁରମୁଣ୍ଡା : ତଲସରା(ବିରମିତ୍ରପୁର ଥାନା)ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିରମିତ୍ରପୁର ( ତଲସରା)ରେ – ଗତକାଲି ସନ୍ଧ୍ୟା ସାତଟା ସମୟରେ ଏକ ବାଲି ବୋଝେଇ ଡମ୍ପର (ଓଆର1495)ଦୁର୍ଘଟଣାର ଶିକାର ହୋଇଛି । କୁଆଁରମୁଣ୍ଡାରୁ ବାଲି ନେଇ ଉକ୍ତ ଡମ୍ପର ବିରମିତ୍ରପୁର ଅଭିମୁଖେ ଯାଉଥିଲା, ହଠାତ ଏକ ବାଇକ ଆରୋହୀ ତଲସରା ଏନଏଚ ରୋଡର ମଧ୍ୟ ଭାଗକୁ ଆଗକୁ ଚାଲି ଆସିଥିଲା, ଫଳରେ ଡମ୍ପରଟି ବାଇକ ର ପଛପଟୁ ଧକ୍କା ଦେଇଥିଲା | ବାଇକ ଏବଂ ବାଇକ ଆରୋହୀଙ୍କୁ ପଚାଶ ମିଟର ପାଖାପାଖି ଡମ୍ପର ଟି ଘୋଷାରି ନେଇ ଯାଇଥିଲା | ଯେଉଁଥିପାଇଁ ବାଇକ ଟି ହୁୁତ ହୁତ ଜଳିଯାଇ ଡମ୍ପରଟିର ତେଲ ଟାଙ୍କିରେ ନିଅଁ। ଲାଗିଯାଇଥିଲା । ଡମ୍ପରଟି ଜଳିବା ସହ ବାଇକ ଆରୋହୀ ମଧ୍ୟ ଜଳି ଯାଇଥିଲେ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇ ଯାଇଥିଲା ଓ ଡମ୍ପର ଚାଳକ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେବାନେଇ ଏକ ସୁତ୍ର ରୁ ଜଣାପଡିଛି । ଘଟଣା ସ୍ଥଳରେ ଥାନାଧିକାରୀ
ସଦଳବଳେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିବାପାଇଁ ପଦକ୍ଷେପ ନେଇଛନ୍ତି ।

nis-ad
Leave A Reply

Your email address will not be published.