ରାଜ୍ୟରେ ବିଦ୍ୟୁତ୍ କାଟ ହେଉନି, ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ୍ ହୋଇଯାଉଛି : ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ ଯୋଗାଣର କୌଣସି ଅଭାବ ନାହିଁ। ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଥିବା ବିଦ୍ୟୁତ୍ କାଟ ପ୍ରସଙ୍ଗରେ ଏଭଳି ସଫେଇ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ।

ସେ କହିଛନ୍ତି, ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଥରେ ଲାଇନ ଟ୍ରିପ କରିଗଲେ ତାକୁ ଠିକ୍ କରିବା ପାଇଁ ୬ରୁ ୭ ଘଣ୍ଟା ସମୟ ଲାଗୁଛି। ଆଉ ଗାଁ ଗହଳିରେ ଏହି ସମୟ ଟିକିଏ ଅଧିକ ହେଉଛି। କେମିତି ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦେଇ ପାରିବୁ ଆମେ ସମସ୍ତେସେଇ ଚେଷ୍ଟା କରୁଛୁ। ଯେଉଁଠି ଲାଇନ କଟିଯାଇଛି କିଂବା ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡ଼ିଯାଇଛି,  ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉନାହାନ୍ତି, ସେଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ। ଲୋ ଭୋଲଟେଜକୁ ନେଇ ଯେଉଁ ଅଭିଯୋଗ ଆସୁଛି ସିଧାକଥା କହିବାକୁ ଗଲେ ସେଠାରେ ବୈଷଷୟିକ ତ୍ରୁଟି ରହିଛି। ଯେଉଁଠି ଲାଇନ ଦୂର ବାଟରେ ଅଛି, ଟ୍ରାନ୍ସଫରମର କ୍ଷମତାଠାରୁ  ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେବ।

ପିକ୍ ପିରିୟଡରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି। ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା ବୋଲି ଶକ୍ତିମନ୍ତ୍ରୀ ସୂଚନା ଦେଇଛନ୍ତି।

ତେଣେ ବିଦ୍ୟୁତ୍ କାଟ ଉପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂସାଲୁଜା କହିଛନ୍ତି ବିଦ୍ୟୁତ୍ ବଳକା ରାଜ୍ୟ ହେଉଛି ଓଡିଶା। ଗ୍ରୀଷ୍ମରେ ବିଦ୍ୟୁତ୍ କାଟ ହେବନାହିଁ ବୋଲି ମନ୍ତ୍ରୀ କହିଲା ପରେ ମଧ୍ୟ ଅଘୋଷିତ ଭାବରେ ବିଦ୍ୟୁତ୍ କାଟ ହେଉଛି ଏବଂ ଲୋ ଭୋଲ୍ଟେଜ ହେଉଛି। ସାଧାରଣଲୋକ ହଇରାଣ ହରକଦ ହେଉଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଚେତା ପଶିନାହିଁ। ସେପଟେ ସଚିବ ଏହି ସମ୍ପର୍କରେ ରିଭିଉ କରୁଛନ୍ତି।  ବିଦ୍ୟୁତ୍ ବଳକା ରାଜ୍ୟରେ ରିଭିଉର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସାଲୁଜା।

nis-ad
Leave A Reply

Your email address will not be published.