କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ଆଉ ୨ ଦଲାଲଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର: କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଦୁଇ ଦଲାଲଙ୍କୁ ଉଠାଇନେଲା ପୋଲିସ । ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ଉଠାଇଛି କଟକ ସହରାଞ୍ଚଳ ପୋଲିସର ସ୍ପେସାଲ ସ୍ଵାଡ । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଆଜି ଗିରଫ ହୋଇ ପାରନ୍ତି ଏହି ଦୁଇ ସନ୍ଦିଗ୍ଧ । ଉଦ୍ଧାର ହୋଇଥିବା ବାଂଲାଦେଶୀ ନାବାଳିକା ପୋଲିସ ଆଗରେ ଏହି ଦୁଇ ଯୁବକଙ୍କ ନାଁ କହିଥିଲା । ଭୁବନେଶ୍ୱରର ପାଣ୍ଡରା, ଉତ୍ତରା, କେଶୁରା, ଲକ୍ଷ୍ମିଶାଗର, ଝାରପଡ଼ା ଆଦି ଅଞ୍ଚଳରେ ରେଡ କରିଛି ପୋଲିସ।

ସେପଟେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ବାଂଲାଦେଶରୁ ୨୦ରୁ ଅଧିକ ଯୁବତୀ ଭୁବନେଶ୍ଵର , କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ଲିପ୍ତ ଥିବା ଖବର ପୋଲିସ ପାଇଛି। ଏମାନଙ୍କୁ କିଏ ଏବଂ କେମିତି ଆଣୁଛି , ସେ ସମ୍ପର୍କରେ ପୋଲିସ୍ ଖୋଳତାଡ ଜାରି ରଖିଛି ।

୭ରୁ ୧୫ ଦିନ ଭିତରେ ଆସିବ ମେଡ଼ିକାଲ ରିପୋର୍ଟ। ଏପଟେ ବଢିଚାଲିଛି ଦଲାଲଙ୍କ ତାଲିକା। ଏହି ମାମଲାରେ ରବିବାର ଦିନ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ରିକୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ବିରୁଦ୍ଧରେ ବିଏନ୍ଏସ୍ ଧାରା ୧୪୩, ୧୪୪ ଓ ୫୪ ଲାଗିଛି । ସେହିପରି immoral traffic prevention act ର ଧାରା ୫ ଅନୁଯାୟୀ ମାମଲା ରୁଜୁ କରିଥିଲା । ପୋଲିସ ଏହି ଦୁଇ ଜଣ ଅନ୍ୟତମ କିଙ୍ଗ ପିନ୍ ବୋଲି ଜଣା ପଡିଛି ।

nis-ad
Leave A Reply

Your email address will not be published.