ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ

ଫୁଲବାଣୀ : ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ,ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଏହି ଅବସରରେ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ଆଜି ଆସନ୍ତା ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ ହୋଇଛି । ଆଜି ପବିତ୍ର ଅକ୍ଷୟ ତୃତୀୟରେ ଫୁଲବାଣୀ ରଥ ଖଳା ଠାରେ ରୀତିନୀତି ଅନୁସାରେ ରଥ କାଠ ପୂଜା କରି ମହାରଣା ସେବାୟତ ମାନେ ରଥ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ପୂଜା କାର୍ଯ୍ୟରେ ଜଗନ୍ନାଥ ମନ୍ଦିର ର ସଭାପତି ସୁନାସିର ମହାପାତ୍ର ଓ କାର୍ଯ୍ୟକର୍ତ୍ତା ଏବଂ ବିଶ୍ଵକର୍ମା ସମାଜର ସଭାପତି ହରିଶ୍ଚନ୍ଦ୍ର ମହାରଣା ସମ୍ପାଦକ ଚକ୍ରଧର ମହାରଣା ଓ ସାମ୍ବାଦିକ ଅଜିତ ମହାରଣା,ସୁକାନ୍ତ ମହାରଣା, ବିଜୟ ମହାନ୍ତି, ପ୍ରତାପ ପାତ୍ର, ରଜତ ମହାନ୍ତି, କୃଷ୍ଣ ମହାରଣା, ତ୍ରିନାଥ ମହାରଣା, ଦଣ୍ଡପାଣି ମହାରଣା, ଦାଶରଥି ମହାରଣା, ଟୁଟୁ ମହାରଣା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ମହାରଣା ସେବାୟତ ମାନେ ପୂଜା ଅର୍ଚନା କରି ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥ କାର୍ଯ୍ୟ ଅନୁକୂଳ କରିଥିଲେ ।

nis-ad
Leave A Reply

Your email address will not be published.