ସମ୍ପର୍ଣ ହେଲା ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଆଦ୍ୟ କାର୍ଯ୍ଯକ୍ରମ ଥାଳଉଠା ପର୍ବ

ସମ୍ବଲପୁର :  ସମ୍ପର୍ଣ ହେଲା ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଆଦ୍ୟ କାର୍ଯ୍ଯକ୍ରମ ଥାଳଉଠା ପର୍ବ । ସମ୍ପୂର୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଥାଳ ଉଠା । ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ସହରର ପ୍ରସିଦ୍ଧ ଶିବାଳୟ ଗୁଡିକରେ ଅନୁଷ୍ଠିତ ହୋଇଯାଇଛି ଥାଳ ଉଠା ପର୍ବ। ଯଥା ରୀତି ନୀତି ଅନୁଯାୟୀ ନନ୍ଦପଡା ର ବମ ବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡା ର ଲୋକନାଥ ବାବା , ଓ ମୋଦୀପଡା ର ଜାଗେଶ୍ୱର ବାବା ଙ୍କ ମନ୍ଦିର ରେ ଆଡମ୍ବର ସହକାରେ ଥାଳଉଠା ପୂଜାର୍ଚ୍ଚନା କରାଯାଇଥିଲା ।

ଚଳିତ ବର୍ଷର ନୂତନ କନ୍ଯାପିତାମାତା , ସ୍ଥାନୀୟ ବୁଦ୍ଧିଜୀବୀ ଓ ମନ୍ଦିର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଥାଳ ଉଠିଥିଲା ଓ ଯାତ୍ରା ର ଆୟୋଜନ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥିଲା । ମନ୍ଦିର କର୍ମକର୍ତ୍ତା ପୂଜକ ଙ୍କ ସହିତ ବିଭିନ୍ନ ପଡା ବୁଲି ଦାନ ସଂଗ୍ରହ ଆରମ୍ଭ କରିଥିଲେ । ଆସନ୍ତା ମାସ 24 ତାରିଖରେ ଶିବ ବିବାହ 25 ଓ 26 ତାରିଖରେ ନବବିବାହିତ ଦେବଦମ୍ପତିଙ୍କ ନଗର ପରିକ୍ରମା ସହ ମନ୍ଦିର ପ୍ରବେଶ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ ।

nis-ad
Leave A Reply

Your email address will not be published.