ବାଳକକୁ ହତ୍ୟା ଅଭିଯୋଗ, ଗାଁ ପୋଖରୀରୁ ମିଳିଲା ମୃତଦେହ

ଭଞ୍ଜନଗର : ୧୨ ବର୍ଷର ବାଳକକୁ ହତ୍ୟା ଅଭିଯୋଗ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ପଞ୍ଚାୟତର କାଦପଡା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ କାଦପଡା ଗାଁ ର ଶିବରାମ ପଣ୍ଡାଙ୍କ ନାବାଳକ ପୁଅ । ଶନିବାର ଦିନ ଟିଉସନ୍‌ କୁ ଯାଇ ଘରକୁ ନଫେରିବାରୁ , ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଗାଁ ନିକଟ ବେଣାଘାଇ ଜଳାଶୟରେ ନାବାଳକର ମୃତଦେହ ଭାସୁଥିବ ର ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର ପରେ ଜଣାପଡ଼ିଥିଲା ମୃତ ନାବାଳକର ଦୁଇଟି ଆଖିରେ କ୍ଷତଚିହ୍ନ ରହିଛି ।

ଏପରିକି ଦୁଇଟି ଆଖିକୁ ଖୋଳି ଦିଆଯାଇଥିବା ଜଣାପଡିଥିଲା । ଏନେଇ ମୃତ ନାବାଳକର ବାପା ଜଗନ୍ନାଥପ୍ରସାଦ ଥାନାରେ ହତ୍ୟା ଅଭିଯୋଗ ଆଣି ଲିଖିତ ଏତାଲା ଦେଇଥିଲେ । ମୃତଦେହକୁ ଜବତ କରି ଭଂଜନଗର ମେଡିକାଲରେ ବ୍ଯବଛେଦ କରି ଘଟଣାର ତଦନ୍ତ ଚଳାଇଛି ଜଗନ୍ନାଥପ୍ରସାଦ ଥାନା ପୋଲିସ । ତେବେ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.