ଆଜି ଇଦ-ଉଲ-ଫିତର

କଟକ: ଆଜି ଇଦ-ଉଲ-ଫିତର । ଶେଷ ହୋଇଛି ପବିତ୍ର ରମଜାନ ମାସ । ଆଜି ଇଦ ପାଳନ ନେଇ ଘୋଷଣା କରିଛି କଟକ ଚାନ୍ଦ କମିଟି । ଶୁକ୍ରବାର ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ହେବା ପରେ ଆଜି ଇଦ୍‌ ପାଳନ କରିବାକୁ କଟକ ଦେଓ୍ଵାନ ବଜାର ଠାରେ ବସିଥିବା ଚାନ୍ଦ କମିଟି ନିଷ୍ପତି ଗ୍ରହଣ କରିଛି । ଭାଇଚାରର ସହର କଟକ ଇଦ ଅବସରରେ ଉତ୍ସବ ମୁଖରିତ ହୋଇଛି । ସହରରେ ଥିବା ସମସ୍ତ ଛୋଟ ବଡ ୩୦ରୁ ଉର୍ଦ୍ଧ୍ଵ ମସଜିଦରେ ଇଦର ନମାଜ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷ କରି କଦମ-ଏ-ରସୁଲ ଓ ଇଦଘା ପଡ଼ିଆରେ ଇଦର ନମାଜ ପାଠ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଇଦ ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଶନେଟ ପୋଲିସ ମଧ୍ୟ ନିଜ ପ୍ରସ୍ତୁତି ଶେଷ କରିଛି । ଟ୍ରାଫିକ ନିୟନ୍ତ୍ରଣ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି ।

ସୂଚନାଯୋଗ୍ୟ, ଇଦ୍ ମୁସଲମାନଙ୍କର ଏକ ପବିତ୍ର ପର୍ବ। ପ୍ରାୟତଃ ରମଜାନର ଶେଷ ଦିନରେ ଏହି ଦିବସଟିକୁ ପାଳନ କରାଯାଏ। ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥାନ୍ତି। ମୁସଲିମ୍ ସମ୍ପ୍ରଦାୟର ପୁରୁଷମାନେ ମସଜିଦ୍ ଯାଇ ନମାଜ ପାଠ କରିଥାନ୍ତି। ସମସ୍ତଙ୍କ ଘରେ ବିଭିନ୍ନ କିସମର ମିଠା ଖାଦ୍ୟ ତିଆରି କରଯାଇ ବନ୍ଧୁଙ୍କ ସମେତ ସମ୍ପର୍କୀୟ ଲୋକଙ୍କୁ ନିମନ୍ତ୍ରଣ କରାଯିବାର ପରମ୍ପରା ରହିଛି।

ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ଆଜି ପବିତ୍ର ଇଦ୍ ପାଳନ ହେବ। କଟକ ଅଞ୍ଜୁମନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହା ଘୋଷଣା କରାଯାଇଛି। ଚାନ୍ଦ ଦିଶିବା ପରେ ମୁସଲମାନ ସଂପ୍ରଦାୟର ଲୋକେ ରୋଜା ଭାଙ୍ଗିଛନ୍ତି।

nis-ad
Leave A Reply

Your email address will not be published.