ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଲୁହାପଥର ପରିବହନ କରୁଥିବା ଟ୍ରକ୍

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ। ଫରସଗାଓଁ ନିକଟରେ ଏକ ଟ୍ରକକୁ ଜାଳିଦେଲେ ମାଓବାଦୀ। ଛୋଟେ ଡଙ୍ଗର ଖାଦାନରୁ ଲୁହା ପଥର ବୋଝେଇ ଆଣିବା ପାଇଁ ଯିବା ବେଳକୁ ମାଓବାଦୀ ଉଭୟ ପାର୍ଶ୍ଵରେ ଗଛ କାଟି ରାସ୍ତା ଅବରୋଧ କରି ଟ୍ରକ୍ କୁ ଜାଳିଦେଲେ ମାଓବାଦୀ।

ଘଟଣା ସ୍ଥଳରେ ମାଓ ବ୍ୟାନର ଲାଗିଛି। ଯେଉଁଥିରେ ଉଲ୍ଲେଖ ଅଛି ଯେ ଖଣି ଖାଦାନକୁ ଯିଏ ଆସିବ ତାକୁ ଦଣ୍ଡ ଦିଆଯିବ ବୋଲି ମାଓ ବ୍ୟାନରରେ ଉଲ୍ଳେଖ ରହିଛି। ସୂଚନା ଦେଇଛନ୍ତି ନାରାୟଣପୁର SP ପୁଷ୍କର ଶର୍ମା।

nis-ad
Leave A Reply

Your email address will not be published.