ସ୍ଵାଭିମାନ ଅଞ୍ଚଳରେ ପୁଷ୍ପା ୨ ଚଳଚ୍ଚିତ୍ର ଶୁଟିଙ୍ଗ ନେଇ ଫୋଟ ଓ ଭିଡିଓ ଭାଇରାଲ !

ସମ୍ପୂର୍ଣ ମିଥ୍ୟା କହିବା ସହ ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ଖବରକୁ ଖଣ୍ଡନ କଲେ ଚଳଚିତ୍ରର ସହକାରୀ ନିର୍ଦେଶକ ପ୍ରସାଦ

ମାଲକାନଗିରି, ୧୯।୪ ମାଲକାନଗିରି ଜିଲ୍ଲାରେ ପୁଷ୍ପା ୨ ଚଳଚିତ୍ର ଶୁଟିଙ୍ଗ ହେବାନେଇ କିଛି ଫୋଟ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏହାକୁ ଅନେକ ଅନେକ ବୈଦୁତିକ ଗଣମାଧ୍ୟମ ମାଲକାନଗିରିରେ ପୁଷ୍ପା ଚଳଚିତ୍ର ଶୁଟିଙ୍ଗ ହେବା କହି ପ୍ରସାରଣ ମଧ୍ୟ କରିଛନ୍ତି । ଯାହାକୁ ନେଇ ଜିଲ୍ଲାରେ ଆହୁରି ଅଧିକ ଚର୍ଚା ହେଉଥିବା ବେଳେ ଏହା ସମ୍ପୂର୍ଣ ମିଥ୍ୟା ବୋଲି କହି ଏହି କଥାକୁ ଖଣ୍ଡନ କରିଛନ୍ତି ଏହି ଚଳଚିତ୍ରର ସହକାରୀ ନିର୍ଦ୍ଧେଶକ ପ୍ରସାଦ । ପ୍ରସାଦଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ପୁଷ୍ପା ୨ ଚଳଚିତ୍ର ବର୍ତ୍ତମାନ ଯାଏଁ ମାଲକାନଗିରି ଜିଲ୍ଲା କିମ୍ବା ଏହାର ଆଖପାଖ ଅଞ୍ଚଳରେ ଶୁଟିଙ୍ଗ ହୋଇନାହି । ତେବେ ଏନେଇ ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶ ହେଉଥିବା ବେଳେ ଏଭଳି ମିଥ୍ୟା ଖବରକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଗଣ ମାଧ୍ୟମରେ ଏପରି ମିଥ୍ୟା ପ୍ରଚାର ନକରିବା ପାଇଁ ସେ ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.