ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଚଳାଇବେ ଭେଣ୍ଡିଂ ଜୋନ୍‌, ୪୧ଟି ଦୋକାନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ ମହିଳାଙ୍କ ପାଇଁ ପ୍ରଥମ ଭେଣ୍ଡିଂ ଜୋନ୍‌। ଏହି ଭେଣ୍ଡିଂ ଜୋନ୍‌କୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଚଳାଇବେ । ଏହି ଭେଣ୍ଡିଂ ଜୋନ୍‌କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡୁମଡୁମାରେ ଏହି ଭେଣ୍ଡିଂ ଜୋନ୍‌ରେ ୪୧ଟି ଦୋକାନ କରାଯାଇଛି ।

ରାଜଧାନୀର ୩୫ଟି ଏସଏଚଜି ଗ୍ରୁପ ମହିଳାଙ୍କୁ ଏହି ଦୋକାନ ଗୃହ ବଣ୍ଟନ କରାଯାଇଛି । ୧କୋଟି ୭ ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି ଏହି ଭେଣ୍ଡିଂ ଜୋନ୍‌ । ନିଜ ହାତ ତିଆରି ଜିନିଷ ପିଠା, ଖଲି, କାଠ ମୂର୍ତ୍ତି, ବାଉଁଶ ତିଆରି ସାମଗ୍ରୀ, ବଡି, ବିରି, ମୁଗ ଛତୁଆ, ଚୁନା ଆଦି ବିକ୍ରି କରାଯାଉଛି ।

nis-ad
Leave A Reply

Your email address will not be published.