ଦିଗଦର୍ଶନ ଫାଉଣ୍ଡେସନ ଓ ୟୁଥ ଫର ଭିଲେଜ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ନେଇ ତତ୍ପରତା
ଛତ୍ରପୁର : ବିଶ୍ୱ ମାନଚିତ୍ରରେ ଅଲିଭ ରିଡଲେ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ସମ୍ପ୍ରତି ଲକ୍ଷ ଲକ୍ଷ ସଂଖ୍ୟାରେ ବେବି ଅଲିଭ ରିଡଲେ ନୁଆଁ ଠିକଣା ପାଇବା ଲକ୍ଷ କରାଯାଇଛି l ଗତ 15 ତାରିଖ ରୁ ଉକ୍ତ ପ୍ରକ୍ରିୟା ଜାରି ରହିଛି l ଗତ ଦିନରେ 6 ଲକ୍ଷ 37 ହଜାର 8 ଗୋଟି ସାମୁଦ୍ରିକ କଇଁଚ ଗଞ୍ଜାମ ବ୍ଲକ ର ପୋଡ଼ାମପେଟା ବେଳାଭୂମିରେ ଗଣ ଅଣ୍ଡାଦାନ କରିଥିବା ବେଳେ 45 ଦିନ ପରେ ସେଇ ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ଆରମ୍ଭ କରିଛି l ଫଳରେ ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡାରୁ ଗୋଟାକ ପରେ ଗୋଟେ ଛୁଆ ଉପରକୁ ଉଠି ଆସିବାପରେ ସମୁଦ୍ର ଲହରିର ଶବ୍ଧ ଓ ଲହରୀରୁ ଉତ୍ପନ ହେଉଥିବା ତେଜକ୍ରିୟ ରଶ୍ମି ଛୁଆ ଗୁଡିକ ସମୁଦ୍ର ଜଳ ରାଶି ଆଡକୁ ମୁହାଁଉ ଥିବା ଦେଖିବାକୁ ମିଳିଛି l
ଛୁଆ ଗୁଡିକର ପେଟ ଭାଗରେ ଥିବା କେଶର ସେମାନଙ୍କୁ ଶକ୍ତି ଯୋଗାଉଥିବା ବେଳେ ସେହି ଶକ୍ତି ପ୍ରଭାବ ରେ ଛୋଟ ଛୁଆ ଗୁଡିକ ସମୁଦ୍ର ର ଗଭୀର ଜଳ ମଧ୍ୟକୁ ପହଁରି ଚାଲି ଯାଉଥିବା ପରିବେଶବିତ ମାନେ ପ୍ରକାଶ କରିଛନ୍ତି l ବ୍ରହ୍ମପୁର ଡ଼ି ଏଫ ଓ ସନି ଖୋଖର ବେଳାଭୂମି ରେ ପହଞ୍ଚି ଉକ୍ତ ବେବି ଅଲିଭ ରିଡଲେ ଙ୍କ ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି l ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ସୁରକ୍ଷା ଦାୟତ୍ୱରେ ତୁଲାଉଛନ୍ତି l ଅନ୍ୟପଟେ ଗଞ୍ଜାମ ଅଞ୍ଚଳ ର ଦିଗଦର୍ଶନ ଫାଉଣ୍ଡେସନ ଓ ପୋଇରାଶି ପଞ୍ଚାୟତ ର ତାରିଣୀ ପଲ୍ଲୀ ଗ୍ରାମର ୟୁଥ ଫର ଭିଲେଜ ତରଫରୁ ବେବି ଅଲିଭ ରିଡଲେ ଙ୍କ ସୁରକ୍ଷା କୁ ନେଇ ସ୍ବେଛାସେବୀ ମାନେ ବେଳାଭୂମିରେ ବଢ଼ି ଭୋର ସମୟରେ ପହଞ୍ଚି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛୁଆ ଗୁଡିକୁ ବାଟବଣା ହୋଇ ଯାଉଥିବା ଏବଂ ପ୍ଳାଷ୍ଟିକ ବାଡ଼ରେ ସଲଗ୍ନ ଜାଲ ସହ ଛନ୍ଦୀ ହୋଇଯାଉଥିବା ଛୁଆ କଇଁଚ ଗୁଡିକୁ ପ୍ଳାଷ୍ଟିକ ବାଲତିରେ ସଂଗ୍ରହ କରି ସମୁଦ୍ର ଜଳରେ ଛାଡ଼ୁଛନ୍ତି l
ଉମାକାନ୍ତ ବେହେରା, ଡ଼ି. ଦେବହରି ରେଡି, ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଜି. ଗଙ୍ଗା, ସୁରଜ ପଣ୍ଡା, ଚୈତନ୍ୟ ରେଡି, ଦୀପକ କୁମାର ସାହୁ, ୟୁ. ସୀମା, ସୁଦର୍ଶନ ପାଢ଼ୀ ପ୍ରମୁଖ ଦିଗଦର୍ଶନ ଫାଉଣ୍ଡେସନ ଏବଂ ୱାଇ ଫର ଭି ର କର୍ମକର୍ତ୍ତା ଙ୍କ ସହ ଶିଶୁ ସ୍ବେଛାସେବୀ ଡ଼ି. ବ୍ରିଶାଙ୍କ ଉପସ୍ଥିତ ରହି ସାମୁଦ୍ରିକ କଇଁଚ ଛୁଆ ଗୁଡିକୁ ସମୁଦ୍ରରେ ଜଳରେ ଛାଡିବାର ବ୍ୟବସ୍ଥା କରିଥିଲେ l