ଠକି ଚାଲିଛି ଠିକାଦାର ; ଅଘୋଷିତ ସମର୍ଥନ ଦେଉଛି କି ବ୍ଲକ୍ ପ୍ରଶାସନ…

ଧର୍ମକୁ ଆଖିଠାର ନୀତିରେ ଉର୍ଣ୍ଣୟନ ମୂଳକ କାମ

ମାଲକାନଗିରି //କୋରୁକୋଣ୍ଡା:(୧୬/୦୪/୨୦୨୩)
ନିର୍ବାଚନ ମାହୋଲ୍ ଯେତେ ନିକଟତର 5T ସରକାର, ମୋ ସରକାର ତା’ ଠାରୁ ବହୁତ୍ ଅଧିକ ଭାବରେ ତତ୍ପର । ପ୍ରତ୍ୟେକ୍ଷ ଗଣତନ୍ତ୍ରରେ ନିର୍ବାଚିତ ଜନପ୍ରତିନିଧି ଅର୍ଥାତ୍ ବିଧାୟକ ଓ ସାଂସଦ ମାନେ ସତେ ଯେମିତି ପଙ୍ଗୁ, ମୁକ ଓ ବଧିର ପାଲଟି ଯାଇଛନ୍ତି ଯେଉଁ କାରଣରୁ ଖୋଦ୍ ପ୍ରଶାସନିକ ମୁଖ୍ୟ ମାନେ ଲୋକଙ୍କ ସମସ୍ୟା ହୃଦୟଙ୍ଗମ କରିବା ନିମନ୍ତେ ଜିଲ୍ଲା ପରେ ଜିଲ୍ଲା ବୁଲି ବୁଲି ସାମୁହିକ ସମସ୍ୟା ବୁଝି ସମାଧାନ ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଅପରୂପ ଭାବେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ରାଜନୈତିକ ଦଳର କିଛି ଦଲାଲ୍ ପୁଞ୍ଜିପତିଙ୍କ ହାତବାରିଶୀ ସାଜି ଆଖି ଥାଇ ସୁଦ୍ଧା ଧୃତରାଷ୍ଟ୍ର ପାଲଟି ଯାଇଥିବା ଦେଖିବାକୁ ମିଳୁଛି ।
ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକରୁ ଯେଉଁଠି ପୋଖରୀ ନବୀକରଣ ପ୍ରସ୍ତାବନା ଠାରୁ ଉର୍ଦ୍ଧ୍ବକୁ ଯାଇ ଠିକାଦାର ବାବୁ ମନମୁଖୀ କାର୍ଯ୍ୟ କରି ଚାଲିଛନ୍ତି। ମିଳିଥିବା ସୂଚନା ମୁତାବକ ତା:୦୬/୦୫/୨୦୨୨ରିଖ ପଞ୍ଚାୟତ ସମିତି କୋରୁକୋଣ୍ଡାଙ୍କ ଦପ୍ତରରୁ ବିଜ୍ଞପ୍ତି ସଂଖ୍ୟା ୧୧୪୪/୨୦୨୨କୁ ପାଥେୟ କରି ସ୍ଥାନୀୟ ଏକ ବଡ଼ ବନ୍ଧରୁ ପଙ୍କ ଉଦ୍ଧାର ସମେତ ଏହାର ସୋନ୍ଦର୍ଯ୍ୟକରଣ ପାଇଁ ଟଙ୍କା ୧୭,୬୫,୪୭୪/- ର କାର୍ଯ୍ୟାଦେଶ ଜାରି ହୋଇଥଲା । ମାଲକାନଗିରି ଓ ବାଲିମେଳାକୁ ସଂଯୋଗ କରୁଥିବା ଏକମାତ୍ର ମୁଖ୍ୟ ପିଚୁ ରାସ୍ତାକୁ ଲାଗି ରହିଥିବା ଏହି ବନ୍ଧ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଫିସ୍ ପରିସର ଠାରୁ ପ୍ରାୟ ୨୦୦ମିଟର ଦୂରରେ ରହିଛି । ତେବେ କାର୍ଯ୍ୟାଦେଶରେ ମ୍ୟାଗ୍ନେଟାଇଟ ପଥର ବ୍ୟବହାର କରିବା ପାଇଁ ବ୍ୟବସ୍ଥା ରହିଥିଲେ ସୁଦ୍ଧା ଦିନ ଦିପହରରେ ସମ୍ପୃକ୍ତ ଠିକାଦାର ଅଲଗା ପ୍ରକାରର ପଥର ଆଣିଥିବା ଘଟଣା ଦେଖିବାକୁ ମିଳିଥିଲା। ପ୍ରାଥମିକ ଅନୁଧ୍ୟାନରୁ ଉକ୍ତ ପଥର ଗୁଡ଼ିକ କୌଣସି ମାଟି ଖୋଳା ହେଉଥିବା ସ୍ଥାନରୁ ନେଇ ଆସିଥିବା ଅନୁମାନ କରାଯାଇପାରେ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ବ୍ଲକ୍ ଅଫିସ୍ ଠାରୁ ମାତ୍ର ୨୦୦ମିଟର ଦୂରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟରେ ହେଉଥିବା ଏଭଳି ଘୋଟାଲା କ’ଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେଦବ୍ୟାସ ଭୋଇଙ୍କ ଦୃଷ୍ଟିଗୋଚର ହୋଇ ପାରୁନାହିଁ ? କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମହାନ୍ତି ଏବଂ ଉପ ମୁଖ୍ୟ ଯନ୍ତ୍ରୀ ସୁକାନ୍ତ କୁମାର ସ୍ବାଇଁ ଉକ୍ତ ସ୍ଥାନକୁ ଇତି ମଧ୍ୟରେ କେତେଥର ପରିଦର୍ଶନ ପାଇଁ ଗଲେଣି ? ନା ରାହୁ ଠିକାଦାର ମାନଙ୍କ ସହ ପ୍ରଶାସନିକ ଅଧିକାରୀ ମାନଙ୍କ ମଧୁ ଚନ୍ଦ୍ରିକାରେ ଏହା ନୂତନ ଅଧ୍ୟାୟ ତିଆରି କରିଛି ?


ସେପଟେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବ୍ୟାସ ଭୋଇଙ୍କ ପକ୍ଷରୁ ମିଳିଥିବା ପ୍ରତିକ୍ରିୟା ମୁତାବକ ସେ ଉକ୍ତ ଘଟଣା ସମ୍ପର୍କରେ ଅବଗତ ନୁହନ୍ତି ଏବଂ ଏହି କଥା ରେକର୍ଡ଼ କରିବା ସମୟରେ ବେପରୁଆ ଭାବରେ ଫୋନ୍ କାଟି ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି ବି.ଡି.ଓ.ଙ୍କ ଏଭଳି ଦାୟିତ୍ୱହୀନତା ଏବଂ ତାଙ୍କର ଉତ୍ତରଦାୟିତ୍ୱ ନିର୍ବାହକୁ ଫୋନ୍ କାଟିବା ମାଧ୍ୟମରେ ନୀରବ ସମର୍ଥନକୁ ଦୃଢୀଭୂତ କରୁ ନାହିଁ କି ? ଉପ ମୁଖ୍ୟ ଯନ୍ତ୍ରୀ ସୁକାନ୍ତ କୁମାର ସ୍ବାଇଁଙ୍କ ତରଫରୁ ହସ୍ତଗତ ହୋଇଥିବା ପ୍ରତିକ୍ରିୟା ମୁତାବକ ସେ ବହୁ ପୂର୍ବରୁ ସମ୍ପୃକ୍ତ ଠିକାଦାରଙ୍କୁ ସେ ସମ୍ପର୍କରେ ଅବଗତ କରାଇବା ସହ ପଥର ଗୁଡ଼ିକ ବଦଳାଇବାକୁ ମୌଖିକ ଭାବେ କହିଥିଲେ । କିନ୍ତୁ ପ୍ରାୟ ୨୦ରୁ ଅଧିକ ସ୍ଥାନରେ ପଥର ଗଦା ହୋଇଥିବା କଥା ତାହା ପୁଣି ବ୍ଲକ୍ ଅଫିସ୍ ପରିସର ଠାରୁ ମାତ୍ର ୨୦୦ମି. ଦୂରତା ମଧ୍ୟରେ ଏତେ ସବୁ ଘଟଣା ଘଟି ଯାଉଛି ସେ ସମ୍ପର୍କରେ କିଭଳି ସେ ଅବଗତ ରହି ପାରୁନାହାନ୍ତି ତାହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ହୋଇଛି । ସାଧାରଣରେ ପ୍ରଶ୍ନ ଉଠୁଛି ଯେ ବ୍ଲକ୍ ଅଫିସ୍ ନିକଟରେ ଯେତେବେଳେ ଏଭଳି ଘୋଟାଲା ଦିନ ଦିପହରରେ ହେଉଛି ଅନ୍ୟ ଅଞ୍ଚଳ ଗୁଡିକ କଥା କ’ଣ ହୋଇନଥିବ !!

nis-ad
Leave A Reply

Your email address will not be published.