ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ…

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପଡିଆ ଠାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି l ଏହି ଟୁର୍ଣ୍ଣାମେଣ୍ଟ ଜିଲ୍ଲାରେ କର୍ତ୍ତବ୍ୟରତ ବିଭିନ୍ନ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସମନ୍ୱୟ ଓ ଭାଇଚାରା ସୃଷ୍ଟି କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଏକ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ଆୟୋଜିତ ହେଉଥିବା ଏହି କ୍ରିକେଟ ପ୍ରତିଯୋଗିତାରେ କନ୍ଧମାଳ ପୁଲିସ ସହ ବିଏସଏଫ, ସିଆରପିଏଫ, ଡିଭିଏଫ, ଏସଏସବିଏନ,ଏସଓଜି ଓ ଆଇଆରବି ଏନ, ଗୃହରକ୍ଷୀ ଦଳ ଅଂଶଗ୍ରହଣ କରୁଛନ୍ତି। କନ୍ଧମାଳ ଏସପି ଶ୍ରୀ ପାତ୍ର ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଆଜି ପ୍ରଥମ ଦିନରେ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଏସଏସବିଏନ ଦଳ ବିଏସଏଫକୁ ୪ ଉଇକେଟରେ ହରାଇଥିବା ବେଳେ ଅନ୍ୟ ମ୍ୟାଚରେ ଏସଓଜି ଦଳ ଜିଲ୍ଲା ପୁଲିସକୁ ୬୭ ରନରେ, ଆଇଆରବିଏନ ଦଳ ସିଆରପିଏଫକୁ ୭ ଉଇକେଟରେ ଏବଂ ଡିଭିଏଫ ଦଳ ହୋମଗାର୍ଡ ଦଳକୁ ୮୪ ରନରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆସନ୍ତା ୧୯ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.