କନ୍ଧମାଳର ଝିଅ ଜାତୀୟ ସ୍ତରରେ ଟାଇକୋଣ୍ଡ ଖେଳି ଓଡ଼ିଶା ପାଇଁ ଆଣିଲେ ଗୌରବ…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଙ୍ଘର ଏବଂ ଫୁଲବାଣୀ ମାର୍ଶା୍ଲାଟ ଏକାଡେମୀର ଦୀପିକା ବୁରୁ୍ୟୁଲି ୮/୯/୨୦୨୪ ଠାରୁ ୧୦/୯/୨୦୨୪ ପର୍ଯ୍ୟନ୍ତ ଆଗ୍ରା ଠାରେ ୪୧ ତମ ଜାତୀୟ ଜୁନିଅର ଟାଇକୋଣ୍ଡ ପ୍ରତିଯୋଗିତା ରେ ବାଳିକା ବିଭାଗରେ ଭାଗ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି l ଆମ ଜିଲ୍ଲା ପାଇଁ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି l ଦୀପିକାକୁ କୋଚ ରମାକାନ୍ତ ବେହେରା, ପ୍ରୀତମ ପ୍ରଧାନ ଓ ମଦନ ଦଳବେହେରା ଶୁଭ କାମନା ଜଣାଇଛନ୍ତି ଓ ତା ସହିତ ଜିଲ୍ଲା ସଙ୍ଘର ସଭାପତି ପ୍ରତାପ କୁମାର ମୁଖୀ ସମ୍ପାଦକ ପ୍ରଭାତ କୁମାର ସାହୁ ଶୁଭେଚ୍ଛା ଜଣାଇ ଛନ୍ତି l ଏଥି ସହିତ ରାଜ୍ୟ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ତରତୋର ଉନ୍ନତି କାମନା କରିଛନ୍ତି l

nis-ad
Leave A Reply

Your email address will not be published.