ରାଷ୍ଟ୍ରପତିଙ୍କ ଠାରୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରାପ୍ତ ନର୍ସିଂ ସିଷ୍ଟର ସଂଯୁକ୍ତାଙ୍କୁ ମାଲକାଗିରିରେ ସମ୍ବର୍ଧନା…

ମାଲକାନଗିରି : ଉତ୍ତମ ରୋଗୀ ସେବା କ୍ଷେତ୍ର ଜାତୀୟସ୍ତରରେ ନିଜକୁ ପରିଚିତ କରାଇପାରିଥିବା ନର୍ସିଂ ସିଷ୍ଟର ସଂଯୁକ୍ତା ସେଠୀ ଦିଲ୍ଲୀରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦି ମୁର୍ମୁଙ୍କ ଦ୍ଵାରା ପୁରସ୍କୃତ ହେବା ପରେ ସେ ଆଜି ମାଲକାନଗିରି ଫେରିଛନ୍ତି । ସଦର ବସଷ୍ଟାଣ୍ଡ ଠାରେ ଶ୍ରୀମତୀ ସଂଯୁକ୍ତାସେଠୀ ଙ୍କୁ ମେଡିକାଲରେ କାର୍ଯ୍ୟରତ ଡାକ୍ତର,ଫର୍ମାଶିଷ୍ଟ ଓ ନର୍ସିଂ ସହଯୋଗୀ ମିଳିତ ଭାବେ ବସ୍ରୁ ଫୁଲତୋଡା ଦେଇ ସ୍ଵାଗତ କରିବା ସହ ପାଛୋଟି ନେଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନିଜର ରୋଗୀସେବା ବ୍ରଜ୍ୟଵସ୍ତୁ ପରିଚାଳନା ଓ ଅନ୍ୟାନ ସେବା ପାଇଁ ସେ ରାଜ୍ୟ ସରକାରଙ୍କ ତରଫରୁ ଯୋଗ୍ୟ ବିବେଚିତ ହୋଇ ସେ ଏହି ପୁରସ୍କାର ଓ ମାନପତ୍ର ପାଇଥିଲେ ମଧ୍ୟ ଏହାର ଶ୍ରେୟ ସେ ନିଜ ଜିଲ୍ଲାବାସୀ,ସହକର୍ମୀ ଓ ସ୍ବାସ୍ଥ୍ୟକେନ୍ଦ୍ରର ବରିଷ୍ଟ ଅଧିକାରୀଙ୍କୁ ଦେଇଛନ୍ତି । ସେ କହିଛନ୍ତି ଯେ ସମଗ୍ର ରାଜ୍ୟରୁ ୭ଜଣଙ୍କ ମଧ୍ୟରେ ସେ ଚୟନ ହୋଇ ନିଜକୁ ଗର୍ବିତ ମନେ କରୁଛନ୍ତି । ସାରାଦେଶ ରେ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ପାଇଁ ୧୫ଜଣଙ୍କ ଚୟନ ହୋଇଥିବା ବେଳେ ଓଡିଶାରୁ ସେ ଜଣେ ପ୍ରତିନିଧିତ୍ୱ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ବକ୍ତବ୍ୟ ରଖିଛନ୍ତି । ଆଜି ଏହି ସମ୍ବର୍ଧନା ସମୟରେ ଡାଃ କବିତା ସ୍ଵାଇଁ, ଫର୍ମାଶିଷ୍ଟ ଶତବିର ସିଂ ରେୟାର ଅନ୍ୟ ସହଯୋଗୀ ଶ୍ରୀମତୀ ରୀତା ମାଝି, ସଞ୍ଜୁଳତା ଶେଠୀ,ସାବିତ୍ରୀ ପୂଜାରୀ ,ନମିତା ସ୍ଵାଇଁ।ଗୌରି ନାହାକ,ସୁପ୍ରଭା ବାରିକ, ଭାରତି ବେହେରା ଉପସ୍ଥିତ ରହିଥିଲେ ।

                                                    
nis-ad
Leave A Reply

Your email address will not be published.