ନୋଟବନ୍ଦୀ ରୁ ବି ବଳିଗଲା ଇ-କେୱାଇସି ର କଷ୍ଟ…!


ବ୍ରହ୍ମପୁର: ରାସନ କାର୍ଡ କୁ ସଠିକ କରିବା ପାଇଁ ଏବେ ଘଣ୍ଟା ଘଣ୍ଟା ଅପେକ୍ଷା କରିଲେ ବି ସର୍ବର ଡ଼ାଉନ ହିତାଧି କାରୀ ହନ୍ତସନ୍ତ। ନୂତନ ସରକାର ର ଫର୍ମାନ ଯୋଗୁଁ ଦିନ ମଜୁରିଆ ଠାରୁ ଆରମ୍ଭ କରି ସମସ୍ତ ଶ୍ରେଣୀର ହିତାଧିକାରୀ ଏବେରାସନ କାର୍ଡ ରେ ନାମ କଟିଯିବା ଭୟରେ ଇ କେୱାଇସି ରେ ପଞ୍ଜିକୃତ କରିବାକୁ ହଟହଟା ର ସମ୍ମୁଖୀନ ହେଉଛନ୍ତି। ମୂଲ୍ୟ କାମ ଛାଡ଼ି ଗରିବ ଶ୍ରେଣୀର ରେସନ କାର୍ଡ ହିତାଧିକାରୀ ମାନଙ୍କୁ ସ୍ୱଳ୍ପ ସମୟରେ ଇ କେୱାଇସି କରିବାକୁ ସରକାର ଡ଼େଡ଼ ଲାଇନ ଦେଇଥିବା ଯୋଗୁଁ ରାତି ଦିନ ଏକ କରି ହିତାଧିକାରୀ ଲମ୍ବା ଲାଇନ ଲଗାଉଛନ୍ତି। ହେଲେ ଏବେ ସର୍ଭର ଡ଼ାଉନ ହେବା ଫଳରେ ରାସନ କାର୍ଡ ହିତାଧିକାରୀ ଙ୍କ ନିଦ ଆଖିରୁ ହଜିଯାଇଛି। ନୂତନ ସରକାର ବିଭିନ୍ନ ଯୋଜନା କୁ ନାମ ବଦଳେଇବା ଓ ନୂତନ ନାମ ବିଭିନ୍ନ ଯୋଜନା କୁ ଦେବା ଏବେ ପୂର୍ବରୁ ବିଭିନ୍ନ ଯୋଜନା ପାଉଥିବା ହିତାଧିକାରୀ ଙ୍କ ଅଡୁଆ ବଢ଼ିଯାଇଛି। ସ୍ୱଳ୍ପ ସମୟ ଏବେ ନୋଟ ବନ୍ଦୀ ଠାରୁ ବଳି ଯାଇଥିବା ନେଇ ଚର୍ଚ୍ଚା ହେଲାଣି। ସର୍ବର ଡ଼ାଉନ ରହିବା ଫଳରେ ସରକାରଙ୍କ ନୂଆ ଯୋଜନା ସୁଭଦ୍ରା ଏବେ କଚ୍ଛପ ଗତିରେ ଚାଲିଥିବା ଦେଖିବାକୁ ମିଳୁଛି। ଏବେ ସୁଭଦ୍ରା ଓ ରାସନ କାର୍ଡ ପାଇଁ ଇ କେୱାଇସି ହିତାଧି କାରୀ ମାନଙ୍କୁ ନାକେଦମ ହେବାକୁ ପଡୁଛି। ଉଭୟ ହିତାଧିକାରୀ ମାନଙ୍କୁ ସ୍ୱଳ୍ପ ସମୟ ସୀମାରୁ ବାଦ ଦେଇ ଅଧିକ ସମୟ ଦେବାକୁ ବିଭିନ୍ନ ମହଲ ରୁ ଦାବୀ ହେଉଛି।

nis-ad
Leave A Reply

Your email address will not be published.