ପ୍ରସିଦ୍ଧ ଗାୟକ ମଣ୍ଟୁ ଛୁରିଆ ନାମରେ କୋରାପୁଟିଆ “ଝିଲକି ଝିପା ନନୀ” ପ୍ରସିଦ୍ଧ ଗୀତ ଚୋରି ଅଭିଯୋଗ ଆଣିଲେ ଗୀତିକାର ହାଡୁ ତଳିଆ…

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ସମୟରେ “ଆମର ଜିଲ୍ଲା ମାଲକାନଗିରି, ମାଲ୍ୟବନ୍ତ ଗିରି ” ଗୀତ ଲେଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜିଲ୍ଲାର ହାଡୁ ତଳିଆ । ଏହାସହ ଅନେକ ଗୀତକୁ ନିଜ କଳା ମାଧ୍ୟମରେ ଲେଖିଛନ୍ତି ହାଡୁ । ତେବେ ବର୍ତ୍ତମାନ ହାଡୁ ନିଜ ଗୀତ ଚୋରୀ ହୋଇଥିବା ଅଭିଯୋଗ କରିଛନ୍ତି । ହାଡୁଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୦୨୨ ଅକ୍ଟୋବର ମାସରେ କୋରାପୁଟ ଜିଲ୍ଲାର ଗୀତିକାର ଅକ୍ଷୟ କୁମାର ସିମୁଳିଆ ହାଡୁଙ୍କୁ ଏକ ଗୀତ ଲେଖିବା ପାଇଁ ପ୍ରସ୍ତାବ ଦେଇଥିଲେ, ଏବଂ ଗୀତ ରିଲିଜ ହେବା ପରେ ଉଭୟଙ୍କ ନାମରେ ରିଲିଜ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହାକୁ ନେଇ ” ଝିଲକୀ ଝିପା ନନୀ ” କୋରାପୁଟିଆ ଆଦିବାସୀ ଗୀତଟିର ରଚନା କରିଥିଲେ ହାଡୁ । “ ସୁର ଭାଇବ୍ରେସନ ” ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତ ରିଲିଜ ହେଲା ଓ ଗୀତକୁ ଗାଇଛନ୍ତି ଓଡ଼ିଶାର ଦୁଇ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଜୟଶ୍ରୀ ଧଳ । କିନ୍ତୁ ଗୀତ ଲେଖିବା ବାବଦକୁ କୌଣସି ପାଉଣା ମିଳିବାତ ଦୂରର କଥା, ଗୀତ ରିଲିଜ ହେବାପରେ ହାଡୁଙ୍କ ନାମ ମଧ୍ୟ ଦିଆନଯାଇ ଗୀତିକାର ଅକ୍ଷୟ କୁମାର ସିମୁଳିଆ ନିଜ ନାମକୁ ଦେଇଥିବା ହାଡୁ ଅଭିଯୋଗ କରିଛନ୍ତି । ତାଙ୍କ ନାମକୁ ବାଦ ଦେଲେ ତାଙ୍କ ଗୀତଟିକୁ କିପରି ରିଲିଜ କରାଗଲା, ମୋ ଗୀତ ମୋଠୁ ଚୋରି କରିନେଇ ସେମାନେ ଏବେ ମିଛ ପ୍ରଶଂସା ସାଉଁଟୁଛନ୍ତି । ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ହାଡୁ ତଳିଆ ବସବାସ କରୁଥିବା ବେଳେ ପେସାରେ ସେ ଜଣେ ଶିକୁରୀଟି ଗାର୍ଡ଼ ଅଟନ୍ତି । ପେଶାକୁ ବଞ୍ଚାଇବା ସହ ନିଜ ଗୀତ ଲେଖିବା ନିଶାକୁ କେବେ ଅଲଗା ଦେଖିନାହାନ୍ତି ହାଡୁ । କିନ୍ତୁ ବର୍ତ୍ତମାନ “ଝିଲିକି ଝିପା ନାନୀ” ଗୀତକୁ ନେଇ ସେ ଏବେ ଭାଙ୍ଗି ପଡିଛନ୍ତି । ମତେ ପାଉଣା ନଦେଲେ ବି ଚଳିବ କିନ୍ତୁ ମୁ ଲେଖିଥିବା ଗୀତକୁ ମୋ ନାମ ଦେଇଥିଲେ କାହାର କଣ ହୋଇଯାଇଥାନ୍ତା ବୋଲି କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି ଗୀତିକାର ହାଡୁ ତଳିଆ । ତେବେ ଏନେଇ ହାଡୁ ଆହୁରି ମଧ୍ୟ କହିଛନ୍ତି ଯେ, ଗୀତ ଚୋରି ହେଲା ସତ କିନ୍ତୁ ମୋ କଳାକୁ କେହି ଚୋରୀ କରି ନେଇପାରିବେନି । ଗୀତ ରିଲିଜ ପରେ ହାଡୁ ଗାୟିକା ଜୟଶ୍ରୀ ଧଳଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରି ଅଭିଯୋଗ କରିଥିଲେ, କିନ୍ତୁ କିଛି ସୁଫଳ ନମିଳିବାରୁ ସେ ନିରବ ରହିଗଲେ ବୋଲି ପ୍ରକାଶ କରିଛନ୍ତି । ତେବେ ପ୍ରକୃତରେ ଏହି ଗୀତ ଚୋରୀ ହୋଇଛି ନା ହାଡୁଙ୍କ ଅଭିଯୋଗ ପଛରେ ଆଉକିଛି ରହିଛି ତାହା ତଦନ୍ତ ସାପେକ୍ଷ ।

nis-ad
Leave A Reply

Your email address will not be published.