ରାଜ୍ୟ ବାର କାଉନସିଲ ସଦସ୍ୟତା ପାଇଁ ନିର୍ବାଚନ ଅନୁଷ୍ଠିତ

ବ୍ରହ୍ମପୁର : ରାଜ୍ୟ ବାରୋ କାଉନୋସିଲର ସଦସ୍ୟତା ପଦ ପାଇଁ ଆଜି ସକାଳ ୧୦ ଘଣ୍ଟ ଠାରୁ ସଂଧ୍ୟା ୫ ମଧ୍ୟରେ ମତଦାନ ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବାର କାଉନ୍ସିଲ ର ୨୫ଟି ପଦବୀ ପାଇଁ ୯୬ଜଣ ଆଶାୟୀ ପ୍ରତିଦ୍ବନ୍ଦୀ ନିର୍ବାଚନ ଲଢ଼ୁଛନ୍ତି। ରାଜ୍ୟର ପ୍ରାୟ ୩୪ ହଜାର ମତଦାତା ଆଜି ମତଦାନ କରିଥିବା ଜଣାପଡ଼ିଛି।ଏଥିପାଇଁ ବ୍ରହ୍ମପୁର ଜିଲ୍ଲା ଓ ଦୌରା ଜର୍ଜ ଙ୍କ କୋର୍ଟ ପରିସରରେ ୫ ଟି ବୁଥର ବ୍ୟବସ୍ଥା କରାଯାଇଥିଲା।ଗଞ୍ଜାମ ଓକିଲ ସଂଘର ୧୭୪୦ ଜଣ ସଦସ୍ୟ ମଧ୍ୟରୁ ୧୪୯୨ଜଣ ଆଇନଜୀବୀ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ। ଗଞ୍ଜାମ ଜିଲ୍ଲାରୁ ସାତଜଣ ଆଇନଜୀବୀ ପ୍ରତିଦ୍ବନ୍ଦିତା କରିଥିଲେ। ଶାନ୍ତିଶୃଙ୍ଖଳା ର ସହିତ ମତଦାନ ଶେଷ ହୋଇଥିବା ଜଣାପଡିଛି।ମଧ୍ୟହ୍ନ ରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମଧ୍ୟାହ୍ନ ରେ ଜିଲ୍ଲା କୋର୍ଟ ଠାରେ ନଜ ମତଦାନ କରିଥିଲେ।

nis-ad
Leave A Reply

Your email address will not be published.