କର୍କଟ ରୋଗ ସଚେତନତା ସହ ବିଶାଳ ମାନବ ଶୃଙ୍ଖଳ ଆୟୋଜିତ

ବ୍ରହ୍ମପୁର (୧୫.୦୪) : କ୍ୟାନ୍ସର ପୀଡ଼ିତ ରୋଗୀମାନଙ୍କ ପାଇଁ ସମସ୍ତ ସାହାଯ୍ୟ, ସହଯୋଗ ପ୍ରଦାନ କରିବା । ଓଡ଼ିଶାର ଚାରୋଟି ମୁଖ୍ୟ ହସ୍‌ପିଟାଲ୍‌ରେ କାଉନ୍‌ସିଲର୍‌ଙ୍କୁ ନିଯୁକ୍ତି କରି ରୋଗୀମାନଙ୍କ ଜୀବନରେ ଆଶା ଓ ବିଶ୍ୱାସ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ସାହାଯ୍ୟ କରିବା । ୧୨ ମାସ ୧୩ ପର୍ବରେ ହସ୍‌ପିଟାଲ୍‌ରେ ରୋଗୀମାନଙ୍କ ପାଇଁ ସୁଷମ ଖାଦ୍ୟର ବ୍ୟବସ୍ଥା କରିବା । ରୋଗୀମାନଙ୍କ ରକ୍ତ ଅଭାବକୁ ଦୂର କରିବା ପାଇଁ ପ୍ରତି ୩ ମାସରେ ରକ୍ତଦାନ କ୍ୟାମ୍ପ କରିବା । ରୋଗୀମାନେ ମୃତ୍ୟୁବରଣ କଲେ ସେମାନଙ୍କ ମର ଶରୀରକୁ ଦାହ କରିବାରେ ସାହାଯ୍ୟ କରିବା । ଗରୀବ ରୋଗୀମାନଙ୍କ ଯିବା ଆସିବା, ରହିବା, ଖାଇବା ଓ ଔଷଧର ସମସ୍ତ ଖର୍ଚ୍ଚର ବ୍ୟବସ୍ଥା କରିବା । ମୁଖ୍ୟ ଭାବରେ ପ୍ରତିଟି ମାସରେ ଓଡ଼ିଶାର କୋଣ ଅନୁକୋଣରେ କର୍କଟ ରୋଗ ସଚେତନତାର ବାର୍ତ୍ତା ଦେଇଥାଏ, ଆଜିର ସମାଜ ଉପଯୋଗୀ ଯୁବ ପୀଢ଼ିଙ୍କୁ ସଚେତନତା କରିବାକୁ ଓଡ଼ିଶାର ପ୍ରତି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ କର୍କଟ ରୋଗ ସଚେତନତାର ବାର୍ତ୍ତା ଦେଇଥାଏ ।
ଆଜିର ବିଶାଳ କର୍କଟ ରୋଗ ସଚେତନତା ଓ ବିଶାଳ ମାନବ ଶୃଙ୍ଖଳର ଆୟୋଜନ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମ୍‌ଠାରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମୁଖ୍ୟତଃ ଆଇଟିଅଇ, ବ୍ରହ୍ମପୁର, କେସି ପବ୍ଲିକ୍ ସ୍କୁଲ ଓ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁରର ଛାତ୍ର ଓ ଛାତ୍ରୀ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇଥିଲା । । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ୮୦୦ ଛାତ୍ରଛାତ୍ରୀ ମାନବ ଶୃଙ୍ଖଳ କର୍କଟ ରୋଗ ସଙ୍କେତରେ ଛିଡ଼ା ହୋଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର ଶ୍ରୀଯୁକ୍ତ ବିନୋଦ କୁମାର ବେହେରା, ଆଇ.ଏସ୍‌.ଆର୍‌.ଡି. ନିର୍ଦ୍ଦେଶକ ସୁଧିର ସାବତ ମାନବ ଶୃଙ୍ଖଳର କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଏବଂ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସଭାଗୃହ ଠାରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସହିତ କର୍କଟ ରୋଗ ବିଶେଷଜ୍ଞ ଡା. ସୁମିତ ମହାନ୍ତି, ଡା. କ୍ଷିତିଶ୍ ମିଶ୍ର, ଡା. ପ୍ରତିକ୍ ତ୍ରିପାଠୀ, ଡା. ସ୍ୱାତୀ ସୁଚରିତା ମହାନ୍ତି, ଡା. ଅଭିମନ୍ୟୁ ମହନ୍ତ ଓ ଡା. ସୀତାରାମ ସ୍ୱାଇଁ ସଭାରେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ୫୦୦ ଛାତ୍ରଛାତ୍ରୀଙ୍କୁ କର୍କଟ ରୋଗ ବିଷୟରେ କର୍କଟ ରୋଗ ନିରାକରଣ ଓ ପ୍ରତିକାର ବିଷୟରେ ସଚେତନ କରାଇଥିଲେ ।
ଏଥିରେ ୟୁଆଇଏସ୍ କ୍ୟାନ୍‌ସେର୍ ଫାଉଣ୍ଡେସନ ଚାରିଟେବୁଲ୍ ଟ୍ରଷ୍ଟ୍‌ର ରାଧାକୃଷ୍ଣ ଦାସ, ଗୋପାଳକୃଷ୍ଣ ଦାସ, ରାଜାରାମ ପାଢ଼ୀ, ବିମଳକାନ୍ତ ନାୟକ ଓ ଫାଉଣ୍ଡେସନର ଅନ୍ୟ ସଦସ୍ୟ ଓ କ୍ରାନ୍ତି ବ୍ରହ୍ମପୁରର ଡ. ଦେବାନନ୍ଦ ଦାସଙ୍କ ଅପ୍ରାଣ ଉଦ୍ୟମ ଆଜିର କାର୍ଯ୍ୟକ୍ରମକୁ ବହୁମାତ୍ରାରେ ସଫଳ କରିଥିବାର ବାର୍ତ୍ତା ବହୁ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଛି । ଏହି କାର୍ଯ୍ୟକ୍ରମ ମାନବ ସମାଜକୁ ଏକ ସୁନ୍ଦର ଓ ଯୁଗ ଉପଯୋଗୀ ବାର୍ତ୍ତା ଦେଇଥିବାର ପରିଲକ୍ଷିତ ହେଉଅଛି ।

nis-ad
Leave A Reply

Your email address will not be published.