ବ୍ରହ୍ମପୁର ସରକାରୀ ପଲିଟେକନିକଦ୍ୱାରା ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ…

ବ୍ରହ୍ମୁପର : ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ପାଞ୍ଚ ଦିନ ଧରି ବ୍ରହ୍ମପୁର ସରକାରୀ ପଲିଟେକନିକଦ୍ୱାରା ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଚଳିତ ମାସ ଏପ୍ରିଲ ୧୦ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଏହି ଶିବିରଟି ବ୍ରହ୍ମପୁର ସରକାରୀ ପଲ୍ଲୀଟେକ୍ନିକ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟୟନ ରତ ଶେଷ ବର୍ଷ ର ୪୦ଜଣ ଛାତ୍ରୀ ଯୋଗ ଦେଇଥିଲେ। ” ନିତିଦିନିଆ ଜୀବନରେ ଦକ୍ଷତାର ଗୁରୁତ୍ୱ ” ଶିଶର୍କ ଉପରେ ପଲ୍ଲୀଟେକ୍ନିକ ର ବିଭିନ୍ନ ବିଭାଗର ଅଧ୍ୟାପକ ଏବଂ ଅଧ୍ୟପିକା ମାନେ ଛାତ୍ରୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ | ଛାତ୍ରୀମାନଙ୍କ ରହିବା ନିମନ୍ତେ ଅନୁଷ୍ଠାନର ଛାତ୍ରୀନିବାସରେ ରହିବା ଓ ଖାଇବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।। ଏଥିସହିତ ପ୍ରତ୍ୟେକ ଛାତ୍ରୀଙ୍କୁ ଖାତା ଓ କଲମ ମାଗଣାରେ ଯୋଗାଇ ଦିଆଯାଇଥିଲା।

ଉଦଯାପନୀ ଦିବସ ସମ୍ବିଧାନ ପ୍ରଣୟତା ଡାକ୍ତର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଥିଲା । ଅଧ୍ୟକ୍ଷ ଇଂ.ନିଶାକର ମଲ୍ଲିକ ଛାତ୍ରୀମାନଙ୍କୁ ଶିବିରରେ ଯୋଗଦେଇଥିବାର ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.