ବାଇକ୍ ଅଛି କନ୍ଧମାଳ ସିମନବାଡ଼ିରେ ଚାଲାଣ କଟୁଚି ଝାରସୁଗୁଡ଼ାରେ.. !

ଦାରିଙ୍ଗବାଡି,(୧୫/୪) : ବେଆଇନ ଭାବେ ଚାଲାଣ କାଟୁଚି ଝାରସୁଗୁଡ଼ା ଟ୍ରାଫିକ ପୋଲିସ । ବାଇକ୍ ଟି ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ରେ ରହିଥିବା ବେଳେ ଚାଲାଣ କଟିଚି ଝାରସୁଗୁଡ଼ା ସ୍ଥିତ ୪୯ନଂ ଜାତୀୟ ରାଜପଥ ସ୍ଥିତ ପୁରାନି ବସ୍ତି ଠାରେ । ଆଉ ଏହି ଚାଲାଣ କାଟିଛି ଝାରସୁଗୁଡ଼ା ଟ୍ରାଫିକ ପୋଲିସ । ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ପାଇଁ ୫ ହଜାର ଟଙ୍କା ଜରିମାନା ପଡ଼ିଥିବା ବେଳେ ଦ୍ରୁତ ଗତି ପାଇଁ ୨ ହଜାର ଟଙ୍କା ଜରିମାନା ପଡ଼ିଛି । ଏଭଳି ଭାବେ ୭ ହଜାର ଟଙ୍କାର ଜରିମାନା ପଡ଼ିଥିବା ଅଭିଯୋଗ ଆଣିଛନ୍ତି ସିମନବାଡ଼ି ଗ୍ରାମର ମନୋରଞ୍ଜନ ସାହୁ । ଗତ ୭ ତାରିଖ ଦିନ ମନୋରଞ୍ଜନ ସାହୁ ଙ୍କ ବାଇକ( ଓଡ଼ି ୧୨ଇ ୩୯୭୫) ତାଙ୍କ ଦୋକାନରେ ରହିଥିବା ବେଳେ ଠିକ୍ ସେହି ସମୟରେ ଚାଲାଣ କଟିଛି । ଚାଲାଣ କଟିଥିବା ସମୟର ଗାଡ଼ି ଟି ଦୋକାନରେ ରହିଥିବା ସିସି ଟିଭି ଫୁଟେଜ ମଧ୍ୟ ରହିଛି । ଏଭଳି ସ୍ଥଳେ ଗାଡ଼ିର ଚାଲାଣ କିଭଳି କଟିଲା ସେନେଇ ମନୋରଞ୍ଜନ ଚିନ୍ତାରେ ପଡ଼ିଯାଇଛନ୍ତି । ଏଣୁ ଏହାର ତଦନ୍ତ କରାଯାଇ କଟାଯାଇ ଥିବା ବେଆଇନ ଚାଲାଣକୁ ରଦ୍ଦ କରିବା ସହ ନକଲି ନମ୍ୱର ରେ ବୁଲୁଥିବା ଗାଡ଼ିକୁ ଜବତ କରିବା ପାଇଁ ମନୋରଞ୍ଜନ ଦାବୀ କରିଛନ୍ତି ।

nis-ad
Leave A Reply

Your email address will not be published.