ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବିଜୟୀ

ବ୍ରହ୍ମପୁର -ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବନାମ ଲିଜେଣ୍ଟ ଚମ୍ପିୟେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଲିଜେଣ୍ଟ ଚମ୍ପିୟେନ ଟସ ଜିତି ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l
ନିଦ୍ଧାରିତ ୧୫ ଓବର ଖେଳି ୫ ୱକେଟ ହରାଇ ୧୨୯ ରନ କରିଥିଲେ l ଦଳ ପକ୍ଷରୁ କୃଷ୍ଣ ଗନ୍ତାୟତ ୨୮ ବଲ ଖେଳି ୩୪,ସୁଲଭ ପଣ୍ଡା ୧୭ ରନ ଓ ଜଗନ୍ନାଥ ପଣ୍ଡା ୧୫ ରନ କରିଥିଲେ l ଲିଜେଣ୍ଟ ୱାରୀୟେର ପକ୍ଷରୁ ବୋଲିଙ୍ଗରେ W.V ଜାନକୀରାମ ୩ ଓବର ପକାଇ ୧୩ ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ ଲିଜେଣ୍ଟ ୱାରୀୟେର ଦଳ ବିଜୟ ଲକ୍ଷର ପିଛା କରି ୧୩ ଓବର ଗୋଟିଏ ବଲ ଖେଳି ୫ ଗୋଟି ୱକେଟ ବିନିମୟରେ ଆବଶ୍ୟକ ୧୩୧ ରନ ବିଜୟୀ ହୋଇଥିଲେ l ଦଳ ପକ୍ଷରୁ ବୁଲୁ ବେହେରା ୨0 ବଲ ଖେଳି ୩୪ ରନ ଓ ଦୀପ୍ତି ରଞ୍ଜନ ବୈରୀ ଗଞ୍ଜନ ୧୪ ବଲ ଖେଳି ୨୩ ରନ କରିଥିଲେ l ଲିଜେଣ୍ଟ ଚାମ୍ପିୟେନ ପକ୍ଷରୁ ବୋଲିଙ୍ଗରେ ପ୍ରଶାନ୍ତ କୁମାର ନାୟକ ୩ ଓବର ପକାଇ ୨୧ ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଲିଜେଣ୍ଟ ୱାରୀୟେର ଦଳ ୫ ୱକେଟରେ ବିଜୟୀ ହୋଇଥିଲେ l ଲିଜେଣ୍ଟ ୱାରୀୟେର ବୁଲୁ ବେହେରା ସର୍ବାଧିକ ୩୪ ରନ ଓ ଲିଜେଣ୍ଟ ଚାମ୍ପିୟେନର କୃଷ୍ଣ ଗନ୍ତାୟତ ୩୪ ରନ କରିଥିଲେ ସେଥିପାଇଁ ଦୁଇ ଦଳର ଖେଳାଳି ମାନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା l ଆମ୍ପୟାର ଭାବେ ପ୍ରମୋଦ ଜେନା ଓ ଦୀନବନ୍ଧୁ ଚୌଧୁରୀ ମ୍ୟାଚ ପରିଚlଳନା କରିଥିଲେ l ସ୍କୋରର ଭାବେ ମନୋଜ ବେହେରା ଓ ସତ୍ୟ ନାରାୟଣ ପରିଡା ଖେଳକୁ ସହଯୋଗ କରିଥିଲେ l
ଆଜିର ଅତିଥି ଭାବେ ସମାଜ ସେବି ଭଗବାନ ସାହୁ ଉପସ୍ଥିତ ରହି ମେନ ଅଫ ଦା ମ୍ୟାଚ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.