କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ କାଳୀନ ବୈଠକ

ଫୁଲବାଣୀ : ସ୍ଥାନୀୟ ନେତାଜୀ ପାଠାଗାର ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ସହ ପ୍ରତ୍ୟେକ ବ୍ଲକର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଏହି ବୈଠକ ପରେ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦୃଷ୍ଟି ଆକର୍ଷଣ ଓ ସମାଧାନ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଆଲୋଚନା କରାଯାଇ ଦାବୀପତ୍ର ପ୍ରଦାନ କରାଯାଇଥିଲା l ଏହି ଦାବିପତ୍ର ରେ ଛଅ ଗୋଟି ଗୁରୁତ୍ୱପୂର୍ଣ୍ଣ ବିଷୟସ୍ଥାନିତ କରାଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ମାନଙ୍କ ଦାବୀ ଗୁଡ଼ିକ ପ୍ରତି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ l ଏହାପରେ ଆଗାମୀ ତା:30.04.2023 ରିଖରେ ଟିକାବାଲି ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତା ଚୟନ ପାଇଁ ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏହି ଜରୁରୀକାଳୀନ ବୈଠକ ରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି କିଶୋର ଚନ୍ଦ୍ର କହଁର, ଉପସଭାପତି ସନ୍ତୋଷ କୁମାର ଦିଗାଲ , ସମ୍ପାଦକ ସମରେନ୍ଦ୍ର ଦାଶ, ଟିକାବାଲି ସଭାପତି ମଧୁସୂଦନ ବେହେରା, ସମ୍ପାଦିକା ଶ୍ରୀମତୀ ଲତାଞ୍ଜଳି ମହାନ୍ତି, ସହ ସମ୍ପାଦକ ଅରବିନ୍ଦ ମହାପାତ୍ର,ବାଲିଗୁଡା ସଭାପତି ପ୍ରଶାନ୍ତ କୁମାର ବେହେରା, ସମ୍ପାଦକ ଦୈତାରୀ ପରିଡ଼ା, ଗୌରୀ ଶଙ୍କର ପାଢ଼ୀ, ଉପ ସଭାପତି ବିଶ୍ୱେଶ୍ୱର ପ୍ରଧାନ,ରଘୁନାଥ ମହାପାତ୍ର, କ.ନୂଆଗାଁ ସଭାପତି ବୁଲୁ କୁମାର ନାୟକ,ଫିରିଙ୍ଗିଆ ବ୍ଲକ ସମ୍ପାଦକ ମୃତୁଞ୍ଜୟ କହଁର, ଦାରିଙ୍ଗବାଡି ବ୍ଲକ ସମ୍ପାଦକ ସଂଗ୍ରାମ କେଶରୀ ନାୟକ, ଚକାପାଦ ବ୍ଲକ ସମ୍ପାଦକ ନରସିଂହ ଡାକୁଆ, ଖଜୁରୀପଡା ସମ୍ପାଦକ ଘନଶ୍ୟାମ ସ୍ୱାଇଁ, କୋଷାଧକ୍ଷ ବଂଶୀଧର ନନ୍ଦ ଓ ସୁକାନ୍ତ କୁମାର ବେହେରା ଫୁଲବାଣୀ ଓ ଯୋଗେଶ୍ୱର ବେହେରା ଫିରିଙ୍ଗିଆ ପ୍ରମୁଖ ଉପସ୍ଥିତ ଥିଲେ I

nis-ad
Leave A Reply

Your email address will not be published.