ଛୁରାମାଡ଼ରେ ଭିଣୋଇ ମୃତ, ବଞ୍ଚାଇବାକୁ ଯାଇ ଶଳା ଗୁରୁତର…

କେନ୍ଦ୍ରାପଡା : ଛୁରାମାଡ଼ରେ ଭିଣୋଇ ମୃତ । ଭିଣୋଇକୁ ବଞ୍ଚାଇବାକୁ ଯାଇ ଶଳା ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍‌ ଦହିଅଣ୍ଟା ଗାଁର ଘଟଣା। ବିଳମ୍ବିତ ରାତିରେ ଭୋଜି ଖାଇ ଫେରିଲାବେଳେ ଆକ୍ରମଣ ହୋଇଥିଲା । ମୃତକ ସହିରା ଗାଁର ଅମିତ କୁମାର ପାତ୍ର।

ଗତକାଲି ଦହିଅଣ୍ଟା ଗାଁରେ ହରିହାଟ ଚାଲିଥିଲା । ସେଠାକୁ ଅମିତ୍‌ ଓ ତାଙ୍କ ଶଳା ସଞ୍ଜୟ ଜେନା ଯାଇଥିଲେ । ସେଠାରୁ ଫେରିବା ବାଟରେ ସହିରା ଗାଁର ରଶ୍ମିରଞ୍ଜନ ରାଉଳ ଦୁଇଜଣଙ୍କୁ ଛୁରା ମାଡ଼ କରିଥିଲା । ଘଟଣାସ୍ଥଳରେ ଅମିତଙ୍କ ମୃତ୍ୟୁ ହୋଇଥିଲା । ଭିଣୋଇକୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ଶଳା ସଞ୍ଜୟ ଜେନାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ କରୁଛି ପୋଲିସ୍‌ ।

nis-ad
Leave A Reply

Your email address will not be published.