ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓରିଏଣ୍ଟେସନ୍ କର୍ମଶାଳା

ବ୍ରହ୍ମପୁର : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପାଞ୍ଚଟି ଜିଲ୍ଲାର ସହରାଞ୍ଚଳ ଅଧିକାରୀ ଙ୍କୁ ନେଇ ଓରିଏଣ୍ଟେସନ୍ କର୍ମଶାଳା ଏମ୍ .କେ.ସି.ଜି ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛି ନଗର ଉନ୍ନୟନ ବିଭାଗ। । ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ, ରାୟଗଡା, ବୌଦ୍ଧ, ଗଜପତି ଓ କନ୍ଧମାଳ ଆଦି ପାଞ୍ଚୋଟି ଜିଲ୍ଲାର ଜିଲ୍ଲାପାଳ, ପିଡ଼ି ଡିଆରଡିଏ, କମିସିନର ଏବଂ ପୋୖରାଞ୍ଚଳ, ଏନଏଏସି ର ଅଧିକାରୀ ମାନଙ୍କ ପାଇଁ ଏକ ଓରିଏଣ୍ଟେସନ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବ ଜି. ମାଥି ଭାତନାନ ଯୋଗଦେଇ ଏମ୍ .କେ.ସି.ଜି ପ୍ରେକ୍ଷାଳୟ ଠାରେ ଏହାକୁ ଉଦ୍‌ଘାଟନ କରିଥିଲେ।ଜନସାଧାରଣଙ୍କ ଜୀବନ ଓ ଜୀବିକାରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିବା ସହ ଆଗକୁ ଆର୍ଥିକ ଏକ ବର୍ଷରେ ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା । ଏହି ସହ ସହରାଞ୍ଚଳ ରୂପାନ୍ତରଣ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ମହାନଗର ଗୁଡିକରେ ୧୦ଟି ଲେଖାଏଁ ବହୁ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ, ପୋୖରାଞ୍ଚଳ ରେ ୪ଲେଖାଏଁ ଏବଂ ଏନଏଏସି ଗୁଡିକରେ ଦୁଇଟି ଲେଖାଁଏ ବହୁ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥି ସହିତ ମୁକ୍ତା ଯୋଜନା, ଜାଗା ମିଶନ, ଆମ ପୋଖରୀ ମାଧ୍ୟମରେ ସହରାଞ୍ଚଳରେ ରହିଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର, ମିଶନ ଶକ୍ତି ମାଧ୍ୟମରେ ୱାର୍ଡ ଅଫିସ ଗୁଡିକକୁ କାର୍ଯ୍ୟକାରୀ କରି ଜନସାଧାରଣ ଙ୍କୁ ସୁବିଧା ଯୋଗାଇ ଦେବା ଆଦି ବିଷୟରେ ଆଲୋଚନା ହୋଇଥିଲା।ଏଥି ସହିତ ସହରାଞ୍ଚଳରେ ଜାରି ରହିଥିବା ଉନ୍ନୟନ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ବିଭାଗୀୟ ସଚିବ ଜି. ମାଥି ଭାତନାନ। ଏହି ଅବସରରେ ୫ଟି ଜିଲ୍ଲାର ୨୭ଗୋଟି ସହରାଞ୍ଚ ଅଧିକାରୀ ମାନେ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.