ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଚତୁର୍ଥ ଦିନ : ଆସ୍କାର ପାନାସୋନିକ କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ ଦିନ ପାନାସୋନିକ କ୍ରିକେଟ କ୍ଲବ (ଆସ୍କା )ବନାମ ରାମେଶ୍ୱର ସ୍ପୋର୍ଟିଙ୍ଗି କ୍ଲୁବ (ବ୍ରହ୍ମପୁର )ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ଭାବେ ୟେଶ ୱାର୍ଲଡର ଜ଼ିଲ୍ଲା ମୁଖ୍ୟ ଏମ ତ୍ରିପତି ଦାସଙ୍କ ସମେତ ୟେଶ ୱାର୍ଲଡ ଟିମ ଯୋଗ ଦେଇ ଖେଳକୁ ଆରମ୍ଭ କରିବା ସହିତ କିପରି ପୃଥିବୀ ପୃଷ୍ଟକୁ ସନ୍ତୁଳନ କରିବା ସହ ପୃଥିବୀ ପୃଷ୍ଟକୁ ପ୍ରଦୂଷଣରୁ କିପରି ରକ୍ଷା କରିପାରିବl ସେ ନେଇ ଖେଳାଳି ମାନଙ୍କୁ ଉପଦେଶ ଦେଇଥିଲେ l ପାନାସୋନିକ ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିଦ୍ଧାରିତ ୨୦ ଓବର ଖେଳି ୫ ୱକେଟ ହରାଇ ୧୯୮ ରନ କରିଥିଲେ l ଦଳ ପକ୍ଷରୁ ସ୍ମୃତି ରଞ୍ଜନ ପାତ୍ର ୨୬ ବଲ ଖେଳି ୫୧ ରନ କରିଥିଲେ l
ରାମେଶ୍ୱର କ୍ରିକେଟ କ୍ଲୁବ ପକ୍ଷରୁ ବୋଲିଙ୍ଗରେ କମଲ ଦାସ ୪ ଓବର ପକାଇ ୨୫ ରନ ଦେଇ ୨ ଗୋଟି ୱକେଟ ନେଇଥିଲେ l ଜବାବରେ ରାମେଶ୍ୱର କ୍ରିକେଟ କ୍ଲୁବ ୭ ୱକେଟ ହରାଇ ୧୯୦ ରନ କରିଥିଲେ l ଦଳ ପକ୍ଷରୁ ଦିପକ କୁମାର କୁଣ୍ଡ ୩୨ ବଲରେ ୫୩ ରନ କରିଥିଲେ l ପାନlସୋନିକ ଦଳ ପକ୍ଷରୁ ବୋଲିଙ୍ଗରେ ସୁଶାନ୍ତ ବେହେରା ୪ ଓବର ପକାଇ ୨୭ ରନ ଦେଇ ୨ ୱକେଟ ନେଇଥିଲେ l ଏହି ମ୍ୟାଚକୁ ଆସ୍କା ପାନlସୋନିକ ଦଳ ୮ ରନରେ ଜିତିନେଇଥିଲା l ଆସ୍କା ଦଳର ସ୍ମୃତି ରଞ୍ଜନ ସର୍ବାଧିକ ୫୧ ରନ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା l ଆମ୍ପୟାର ଭାବେ ମିଲୁ ବୈରିଗଞ୍ଜନ ଓ ରଞ୍ଜନ କୁମାର ସାହୁ ମ୍ୟାଚ ପରିଚଳନା କରିଥିଲେ l ସ୍କୋରର ଭାବେ ଚତୁରା ନନ ସାମଲ,ପ୍ରମୋଦ କୁମାର ଜେନା ଓ ମନୋଜ କୁମାର ବେହେରା ତୁଲାଇଥିଲେ l ଆଜିର ମୁଖ୍ୟ ଅତିଥି ଭାବେ ଯଶୋଧାରା ହସ୍ପିଟାଲର ଏମଡି ଡାକ୍ତର ଶ୍ରୀକାନ୍ତ ତ୍ରିପାଠୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଟିମର ସ୍ମୃତିଙ୍କୁ ମେନ ଅଫଦା ମ୍ୟାଚ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.