ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ପାଠ ପଢାଇଲେ ସାଂସଦ ଡଃ ସାମନ୍ତ

ଫୁଲବାଣୀ : ତିନି ଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ସାଂସଦ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ l ଫୁଲବାଣୀ ଠାରେ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି କାର୍ଯ୍ୟ ବୁଲି ଦେଖିଲେ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ତାଙ୍କ ସହ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଓ ଅନ୍ୟ ଅଧିକାରୀ ସାମିଲ ଥିଲେ । ସେଠାରେ କାର୍ଯ୍ୟରତ ଇଞ୍ଜିନିୟର ଓ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସମୟସୀମା ମଧ୍ୟରେ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇ କାର୍ଯ୍ୟ ଅଗ୍ରଗତି ଦେଖି ସାଂସଦ ଶ୍ରୀ ସାମନ୍ତ ସନ୍ତୋଷ ପ୍ରକାଶ କରିଥିଲେ । କନ୍ଧମାଳରେ ମେଡିକାଲ କଲେଜ ହେଲାପରେ ଜିଲାର ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବା ସହ ମେଡିକାଲ କଲେଜ ଆରମ୍ଭ ହେଲେ ସରକାରୀ କ୍ଷେତ୍ରରେ ନିଯୁକ୍ତି ଓ ରୋଜଗାର ବୃଦ୍ଧି ପାଇବ ବୋଲି ସାଂସଦ କହିଛନ୍ତି ।
ପରେ ଶ୍ରୀ ସାମନ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫୁଲବାଣୀ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ପଢ଼ାଇଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ବିଦ୍ୟାର୍ଥୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେହିଭଳି ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୁବଗଡ଼ ମଧ୍ୟ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ସାଂସଦଙ୍କ ଫୁଲବାଣୀ ଗୋଷ୍ଠୀ ଶିକ୍ଷା, ଅଧିକାରୀ ରଞ୍ଜନ କୁମାର କହଁର ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.