ନୟାପଲ୍ଲୀ ଜମି ଦଖଲ ମାମଲା: ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ରାଘବ ଜେନାର ଘର

ଭୁବନେଶ୍ୱର: ନୟାପଲ୍ଲୀ ଜମି ଜବରଦଖଲ ମାମଲା । ମାଷ୍ଟର ମାଇଣ୍ଡ ରାଘବ ଜେନାର ଘରେ ବୁଲ ଡୋଜର ବୁଲାଇଛି ପୋଲିସ।ଏଥିସହିତ ସରକାରୀ ଜମିରେ ଗଢି ଉଠିଥିବା ୩୦ ରୁ ଉର୍ଦ୍ଧ୍ବ ଘର ଭଙ୍ଗାଯାଇଛି ।

ଝାରପଡ଼ା ମେଳଣ ପଡ଼ିଆ ନିକଟରେ ଥିବା ସରକାରୀ ଜମିରେ ପ୍ରାୟ ୩୦ରୁ ଅଧିକ ଘର କରି ଭଡ଼ାରେ ଲଗାଇଥିଲା ରାଘବ । ଆଜି BMC ,BDA ଓ କମିଶନରେଟ ପୋଲିସ ଉପସ୍ଥିତିରେ ଏହି ଘର ଭଙ୍ଗାଯାଇଛି । ପୂର୍ବରୁ ଉଚ୍ଛେଦ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି DCP ପ୍ରତୀକ ସିଂ । ଗତକାଲି ଏହି ଘଟାଣରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ମାଷ୍ଟର ମାଇଣ୍ଡ ରାଘବ ଜେନା ଏବେ ବି ଫେରାର ଅଛି । ତାକୁ ଧରିବା ପାଇଁ ୩ ଟି ସ୍ପେଶାଲ ଟିମ ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ାଉ କରିଛି ।

nis-ad
Leave A Reply

Your email address will not be published.