ଉପନିର୍ବାଚନ ପୂର୍ବରୁ ରାଜନୈତିକ ଵିଵାଦ,ପିତଳ ସରପଞ୍ଚଙ୍କୁ ଆକ୍ରମଣ : ଥାନାରେ ମାମଲା

ହିଞ୍ଜିଳିକାଟୁ (୧୧ା୨): ଶେରଗଡ଼ ବ୍ଳକ ତଥା ହିଞ୍ଜିଳି ଥାନା ପିତଳରେ ଗତ କିଛି ଦିନ ଧରି ରାଜନୈତିକ ବିବାଦ ଦେଖାଦେଇଛି । ପିତଳ ସରପଂଚ ରାମ ରାଘବ ପାତ୍ରଙ୍କ ଉପରେ ତାଙ୍କର ପ୍ରତିପକ୍ଷ ୨ଜଣ ଆକ୍ରମଣ କରି ଜୀବନରେ ମାରିଦେବା ଭଳି ଧମକ ଦେଇଥିବା ପାତ୍ର ସୋମବାର ଥାନାରେ ଅଭିଯୋଗ କରିଛନ୍ତି । ପିତଳ ପଂଚାୟତରେ ୪ନମ୍ବର ୱାର୍ଡ଼ ର ୱାର୍ଡ଼ ମେମ୍ବର ପଦବୀ ନିମନ୍ତେ ୨ଗୋଷ୍ଠୀ ମଧ୍ୟରେ ଦେଖା ଦେଇଛି ରାଜନୈତିକ ଵିଵାଦ । ଏଥି ସହ ଚଳିତ ମାସ ୭ତାରିଖରେ ପିତଳ ପଂଚାୟତର ସନ୍ତୋଷପୁର ବାତ୍ୟା ଆଶ୍ରୟସ୍ଥଳୀ ନିକଟ କଲ୍ୟାଣ ମଣ୍ଡପରୁ ପଂଚାୟତର ୭ଟି ଡ଼ଷ୍ଟବିନ ଚୋରି ହୋଇଥିବା ଓ ପ୍ରତିପକ୍ଷର ମାଲବାହୀ ଟ୍ରଲି ରିକ୍ସା କଲ୍ୟାଣୀ ମଣ୍ଡପ ମଧ୍ୟରେ ଛାଡି ଦେଇଥିଲେ ଏ ନେଇ ସରପଂଚ ପାତ୍ର ଥାନାରେ ଅଭିଯୋଗ କରିଥିଲେ । ଦିନକୁ ଦିନ ପିତଳରେ ୨ପକ୍ଷଙ୍କ ମଧ୍ୟରେ ରାଜନୈତିକ ବିବାଦ ବଢ଼ୁଥିବା ବେଳେ ଏହା ବଡ଼ ଧରଣର ଅଘଟଣକୁ ଏଡ଼ାଇ ହେବନି ବୋଲି ଚର୍ଚ୍ଚା ହେଉଛି ।


ପ୍ରକାଶ ଯେ, ପିତଳ ସରପଂଚ ରାମ ରାଘବ ପାତ୍ର ପିତଳ ସମବାୟ ସମିତି ଅଫିସ ନିକଟରେ ସୋମବାର ପୂର୍ବାହ୍ନରେ ଠିଆ ହୋଇଥିବା ବେଳେ ସେହି ଗ୍ରାମର ୨ଜଣ ଏକ ମୋଟର ସାଇକେଲରେ ଆସି ଅଶ୍ଲୀଳ ଭାଷାରେ ସରପଂଚଙ୍କୁ ଗାଳି ଗୁଲଜ ଓ ଧମକ ଦେଇଥିଲେ । ଅନାସ୍ଥା ପ୍ରସ୍ତାବରେ ସରପଂଚ ପଦବୀରୁ ବାହାର କରିଦେବାକୁ ଧମକ ଦେଇଥିଲେ । ପରେ ସେମାନେ ମିଳିତ ଭାବେ ସରପଂଚଙ୍କୁ ମାରଣାତ୍ମକ ଆକ୍ରମଣ କରି ସରପଂଚଙ୍କ ପକେଟରୁ ପ୍ରାୟ ୧୦ହଜାର ଟଙ୍କା ଛଡ଼ାଇ ନେଇଥିଲେ । ଏହି ସମୟରେ ଗ୍ରାମର କିଛି ଲୋକ ଆସି ସରପଂଚଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ । ସରପଂଚଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହିଂଜିଳିକାଟୁ ଡ଼ାକ୍ତରଖାନାରେ ଭିତି କରାଯାଇଥିଲା । ପରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସରପଂଚ ପାତ୍ର ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଥାନାରେ ନଂ- ୨୨୨/୨୩ରେ ମାମଲା ରୁଜୁ ହୋଇଛି । ଅନ୍ୟ ପକ୍ଷରେ ଗତ ୮ତାରିଖରେ ୱାର୍ଡ଼ ମେମ୍ବର ଉପ ନିର୍ବାଚନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଘଟଣାକୁ ନେଇ ଧମକ ଓ ପରେ ଆକ୍ରମଣ ଅଭିଯୋଗ ନେଇ ସରପଞ୍ଚ ଙ୍କ ବିପକ୍ଷ ଥାନାରେ ସରପଞ୍ଚ ଙ୍କ ଵିରୋଧ ରେ ହିଞ୍ଜିଳି ଥାନା ରେ ଅଭିଯୋଗ କରିଥିଲେ। ଏ ନେଇ ନଂ-୨୧୮/୨୩ରେ ମାମଲା ରୁଜୁ ହୋଇଛି । ଉଭୟ ମାମଲାର ତଦନ୍ତ ଚାଲଇଥିବା ଆଇଆଇସି ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।

nis-ad
Leave A Reply

Your email address will not be published.