ଗାୟତ୍ରୀ ସ୍ୱୟଂସହାୟକ ଗୋଷ୍ଠୀ ଦ୍ଵାରା ନିମ୍ନ ମାନର ଛତୁଆ ପ୍ରସ୍ତୁତ…

ତିନି ମାସର ରାଜ୍ୟ ପରୀକ୍ଷଣ
ରିପୋର୍ଟରେ ମାନ ହ୍ରାସ ତଥାପି ପ୍ରଶାସନ ଚୁପ…



ଉମରକୋଟ ୧୧/୦୪/୨୦୨୩ ସାରା ରାଜ୍ୟରେ ଗର୍ଭବତୀ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଛତୁଆ ବଣ୍ଟନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତ ପାଇଁ ଦୁଇଟି ସ୍ଵୟ ସହାୟକ ଗୋଷ୍ଠୀ ଯଥା – ଆଦର୍ଶ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗାୟତ୍ରୀ ସ୍ଵଂୟ ସହାୟକ ଗୋଷ୍ଠୀ କୁ ଛତୁଆ ବଣ୍ଟନ ପାଇଁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଗାୟତ୍ରି ସ୍ଵଂୟ ସହାୟକ ଗୋଷ୍ଠୀ ନିମ୍ନ ମାନର ଛତୁଆ ବଣ୍ଟନ କରୁଥିବାକୁ ନେଇ ଏ ସମ୍ପର୍କରେ ପ୍ରତ୍ୟେକ ପଞ୍ଚାୟତ ସମିତି ବୈଠକରେ ନିର୍ବାଚିତ ଜନପ୍ରତିନିଧୀ ମାନେ ଅଭିଯୋଗ କରି
ଆସୁଥିଲେ ମଧ୍ୟ ତଦାରଖ କରୁଥିବା ଅଫିସର ଓ ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ମନ ମାନି ଓ ମଧୁ ଚନ୍ଦ୍ରିକା ଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ
ସମସ୍ୟା ବଢ଼ି ଚାଲିଛି । ଏଭଳି ସ୍ଥିତିରେ ରାଜ୍ୟ ଖାଦ୍ୟ ଯାଞ୍ଚ ଲାବୋରେଟୋରୀ ପକ୍ଷରୁ ଗାୟତ୍ରୀ ସ୍ଵଂୟ ସହାୟକ ଗୋଷ୍ଠୀର ଗତ ୨୦୨୨ ମସିହାର ଅଗଷ୍ଟ, ଅକ୍ଟୋବର ଓ ଡିସେମ୍ବର ତିନି ମାସର ଛତୁଆର ମାନ ନିମ୍ନମାନର ଦର୍ଶାଇବା ପରେ ସ୍ଥାନୀୟ ଅଞ୍ଚଳର ଛତୁଆ ଖାଉଥିବା ଗର୍ଭବତୀ ମା ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି। ଗାୟତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ ଅଧୀନରେ ୧୫୦ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବା ବେଳେ ଆଦର୍ଶ ସ୍ଵୟ ସହାୟକ ଗୋଷ୍ଠୀ ଅଧୀନରେ ୧୬୩ କେନ୍ଦ୍ର ରହିଛି । ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀର ଛତୁଆର ମାନ ପରିକ୍ଷଣ ରାଜ୍ୟ ଖାଦ୍ୟ ଯାଞ୍ଚ ଲାବୋରେଟୋରୀ କରିଥିବା ବେଳେ ବର୍ତ୍ତମାନ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ଗାୟତ୍ରୀ ସ୍ଵୟଂ ସହାୟକ ଗୋଷ୍ଠୀ ନିମ୍ନମାନର ଛତୁଆକରୁଥିବା ପରିକ୍ଷଣ ରିପୋର୍ଟରେ ଦର୍ଶାଯାଇଛି।ରାଇଘର ବ୍ଲକ ଏକ ସୀମାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଗର୍ଭବତୀ ମା ଓ ଶିଶୁମାନଙ୍କୁ ଦିଆ ଯାଉଥିବା ପୁଷ୍ଟିକର ଖାଦ୍ୟକୁ ନିମ୍ନ ମାନର କରି କିଛି ଉଚ୍ଚ ପଦସ୍ତ ଅଫିସର ମାନେ ସ୍ୱୟଂ ସହାୟକ ଦଳକୁ ମୋହୋରା ସଜେଇ ଲକ୍ଷ ,ଲକ୍ଷ ସରକାରୀ ଟଙ୍କାକୁ
ଆତ୍ମସାତ କରୁଥିବା ରାଇଘର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି , ଅଧିକାଂଶ ଲୋକ ନିମ୍ନ ମାନର ଛତୁଆ ନ ଖାଇ ଗୋ ଖାଦ୍ୟ ପାଇଁ ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବାରମ୍ବାର ଅଭିଯୋଗ ଓ ପରିକ୍ଷଣ ରିପୋର୍ଟ ନିମ୍ନ ମାନର ଆସୁଥିଲେ ମଧ୍ୟ ଅଫିସର ଓ ଗ୍ରୁପକୁ ପରିଚାଳନା କରୁଥିବା ଲୋକଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବା ଯୋଗୁଁ କିଛି ଯାଏ ଆସେ ନାହିଁ l ସରକାରଙ୍କ ଜାରୀ କରିଥିବା ଗାଇଡ ଲାଇନ ଅନୁସାରେ କ୍ରମାଗତ ଭାବେ ମାନ ହ୍ରାସ ହେଲେ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟ ବନ୍ଦ କରିବାକୁ ନିୟମ ରହିଛି କିନ୍ତୁ ତଦାରଖକାରୀ ଅଫିସରଙ୍କ ହାତ ରହୁଥିବା ଯୋଗୁଁ ଏହାକୁ ଖାତିର ନ କରି ନିଜ ମନମର୍ଜିରେ କାମ କରି ମାଲେ ମାଲ ହେଉଥିବା ଭଳି ସମସ୍ୟା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି କିନ୍ତୁ ତଦାରଖ କାରୀ ଅଫିସର ମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଦେଖି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ମାସିକ ୪କେଜି ୪ଶହ ୧୦ ଗ୍ରାମ ଛତୁଆ,୬୧୦ ଗ୍ରାମର ବାଦାମ ଲଡୁ ଓ ୬ମାସରୁ ୩ବର୍ଷ ଶିଶୁଙ୍କ ପାଇଁ ୨କେଜି ୨ଶହ ଗ୍ରାମ ଛତୁଆ ବଣ୍ଟନ ବ୍ୟବସ୍ଥା ରହିଛି । ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ନିମ୍ନ ମାନର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଯେଉଁ ଭଳି ବଣ୍ଟନ କରୁଛନ୍ତି ବର୍ତ୍ତମାନ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି। ଏସମ୍ପର୍କରେ ରାଇଘର ସିଡିପିଓ ଗୀତାଞ୍ଜଳି ମିଶ୍ରଙ୍କୁ ପଚାରିବାରେ ନିମ୍ନମାନର ଛତୁଆ ପ୍ରସ୍ତୁତ ହେଉଥିବା ରିପୋର୍ଟକୁ ସ୍ବୀକାର କରିବା ସହ ସମସ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏଭଳି ଗର୍ଭବତୀ ମା ଓ କୋମଳମତି ଶିଶୁଙ୍କ ଜୀବନ ସହିତ ଖେଳୁ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି ନାହିଁ ତାହା ସ୍ରମୟ ସାଫେକ୍ଷା ?

nis-ad
Leave A Reply

Your email address will not be published.