ବଡମାଧପୁରରେ ୨୨ତମ ପଞ୍ଚୁଦଣ୍ଡ ମହାମିଳନ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପ୍ରତି ବର୍ଷ ଏପ୍ରିଲ ୧୦ ତାରିଖରେ ପଞ୍ଚୁଦଣ୍ଡ ମହାମିଳନ ମହା ସମାରୋହରେ ଅନୁଷ୍ଠିତ ହୋଇଆସୁଅଛି । ଏଥିରେ ବେଲଗୁଣ୍ଠା, କବିସୂର୍ଯ୍ୟନଗର (ପରିଡା ପାର୍ଟି), ବାବନପୁର, ଶାଳବଣ ଓ ପୁରୁଷୋତ୍ତମପୁର (ତେଲି ପାର୍ଟି) ଆଦି ୫ଟି ଗ୍ରାମର ଦଣ୍ଡ ଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ। ଏହି ମହାମିଳନ ସମୟରେ ଝୁଣାର ମହକରେ ମିଳନ ସ୍ଥଳ ମହକିତ ହୋଇଥିବା ବେଳେ ଢୋଲ ଓ ଝାଞ୍ଜ ନାଦରେ ପ୍ରକମ୍ପିତ ହୋଇଥିଲା। ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ପଞ୍ଚ ଦଣ୍ଡ ଯାତ୍ରା ଦଳର ସାମୂହିକ ଗ୍ରାମ ପରିକ୍ରମା କାଳରେ ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ କୁମ୍ଭ ବଢା ହେବା ସହ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏଠାରେ ପଞ୍ଚ ଦଣ୍ଡ ଦଳର ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ, ସନ୍ଧ୍ୟା ଆଳତି ଓ ରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପଞ୍ଚୁଦଣ୍ଡ ଯାତ୍ରା କମିଟି ଓ ବଡମାଧପୁର ଗ୍ରାମବାସୀଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା।

nis-ad
Leave A Reply

Your email address will not be published.