ଉଚ୍ଚଶିକ୍ଷା ବିଭାଗର ବ୍ୟବସାୟିକରଣ ନୀତିକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ବିରୋଧ

ଶଶୀଭୂଷଣ ରଥ ମହାବିଦ୍ୟାଳୟରେ ବର୍ଦ୍ଧିତ ଶିକ୍ଷା ଫି ଛାଡ଼ କର: ଏମଏଏସଏମ
ବ୍ରହ୍ମପୁର : ଚଳିତ ବର୍ଷ ବ୍ରହ୍ମପୁର ଶଶୀଭୂଷଣ ରଥ ମହାବିଦ୍ୟାଳୟରେ ନୂତନ ଭାବେ ଖୋଲିବାକୁ ଯାଉଥିବା ବିଜ୍ଞାନ ପିଜି ପାଠ୍ୟକ୍ରମ ପାଇଁ 60ହଜାର ଓ ବାଣିଜ୍ୟ, କଳା ପାଇଁ 40ହଜାର ଟଙ୍କା ଆଦାୟ କରିବାପାଇଁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି, ଯାହାକୁ ପ୍ରତ୍ୟାହାର କରିବାପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବୀ କରିଛି l ପ୍ରକାଶ ଯୋଗ୍ୟ ଯେ, ଏହି କଲେଜରେ ଆଗରୁ ଥିବା ସମସ୍ତ ପିଜି ପାଠ୍ୟକ୍ରମ ପାଇଁ ମାତ୍ର 3000ଟଙ୍କା ଫି ଥିଲା,ଚଳିତ ବର୍ଷ ନୂତନ ଭାବେ ଆରମ୍ଭ କରାଯାଉଥିବା ନଅ ଟି ପିଜି ପାଠ୍ୟକ୍ରମ ପାଇଁ 60ହଜାର ଓ 40ହଜାର ଭାବେ ଶିକ୍ଷା ଫି ଆଦାୟ ବ୍ୟବସାୟିକ ନୀତି କୁ ରାଜ୍ୟ ସରକାର ଆପଣେଇଛନ୍ତି l ଏକ ଘରୋଇ ଶିକ୍ଷା ସଂସ୍ଥାର ବ୍ୟବସାୟକୁ ଚଲାଇବାପାଇଁ ରାଜ୍ୟ ସରକାର ବ୍ରହ୍ମପୁରର ଏହି ସରକାରୀ ମହିଳା ମହାବିଦ୍ୟାଳୟରେ ଉକ୍ତ ସଂସ୍ଥାକୁ ଅନୁମତି ପ୍ରଦାନକୁ ଦୃଢ଼ ବିରୋଧ କରିଛନ୍ତି ମଞ୍ଚ ଆବାହକ ଅବନୀ ଗୟା l ଗୋଟିଏ ପକ୍ଷରେ ନୂତନ ଶିକ୍ଷା ନୀତି ଆଣି ଶିକ୍ଷା ଅଧିକାରକୁ ସଂକୋଚନ କରିବାକୁ ବୁଦ୍ଧିଜୀବୀ ଓ ଛାତ୍ର ସମାଜ ବିରୋଧ କରୁଥିବା ବେଳେ ସରକାରଙ୍କ ଏହି ବ୍ୟବସାୟିକରଣ ନୀତି ଦ୍ୱାରା ବହୁ ଛାତ୍ରୀ ଟଙ୍କା ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହେବେ l ବେଟି ବଚlଅ ବେଟି ପଢାଅ ପ୍ରଚାରରେ କେନ୍ଦ୍ର ଓ ରାଜ୍ୟ ସରକାର କେହି ପଛରେ ନଥିବା ବେଳେ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଦେବାରେ ସରକାର କାହିଁକି ଦୋମୁହାଁ ନୀତି ଗ୍ରହଣ କରି ଉଚ୍ଚ ଶିକ୍ଷାରୁ ଛାତ୍ରୀଙ୍କୁ ବଂଚିତ କରୁଛନ୍ତି ବୋଲି ଅବନୀ ଗୟା ପ୍ରଶ୍ନ କରିଛନ୍ତି l ସମଗ୍ର ରାଜ୍ୟରେ ପିଜି ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଶିକ୍ଷା ଫି ଅତି କମ ଥିବାବେଳେ ବ୍ରହ୍ମପୁର ଶଶୀଭୁଷଣ ରଥ ମହାବିଦ୍ୟାଳୟରେ ଶିକ୍ଷା ପାଇଁ ହଜାର ହଜାର ଟଙ୍କା ଆଦାୟକୁ ବିରୋଧ କରିବାପାଇଁ ସମସ୍ତ ଅଭିଭାବକ, ବୁଦ୍ଧିଜୀବୀ ଓ ଛାତ୍ର ସଂଗଠନକୁ ଅବନୀ ଗୟା ନିବେଦନ କରିଛନ୍ତି l କୌଣସି ଘରୋଇ ସଂସ୍ଥାକୁ ସରକାରୀ ଅନୁଷ୍ଠାନରେ ବ୍ୟବସାୟ ପାଇଁ ପ୍ରଶ୍ରୟ ଦେଇ ସରକାରୀ ମହାବିଦ୍ୟାଳୟର ଗର୍ବ ଗାରିମାକୁ ନଷ୍ଟ କରିବା ବନ୍ଦ କରି ସମସ୍ତ ପିଜି ପାଠ୍ୟକ୍ରମ ଫି କୁ ଛାଡ଼ କରିବାପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବୀ କରିଛି l

nis-ad
Leave A Reply

Your email address will not be published.