ଶଶୀଭୂଷଣ ରଥ ସରକାରୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ୬୫ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର : ଶଶୀଭୂଷଣ ରଥ ସରକାରୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ୬୫ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧକ୍ଷ ପ୍ରଫେସର କାହ୍ନୁ ଚରଣ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ।ମହିଳା ପଢିଲେ ଦେଶ ଶିକ୍ଷିତ ହେବ ବୋଲି କହିଥିଲେ।କଲେଜ ମଧ୍ୟରେ ଖେଳ ପଡ଼ିଆ ସହିତ ଏହାର ବିକାଶ ପାଇଁ । ସଂମ୍ମାନୀତ ଅତିଥିଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଶଶୀଭୂଷଣ ରଥଙ୍କ ଜୀବନ ଆଦର୍ଶ ବିଷୟରେ ଆଲୋକପାତ କରିଥିଲେ।ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଶଶୀ ଭୂଷଣ ରଥ ଓଡିଶା ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଏବଂ ସେ ପ୍ରଥମ ଓଡ଼ିଆ ଖବରକାଗଜ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ମେୟର ସଂଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ ମୋହାନ୍ତି, ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ।ଇଂରାଜୀ ବିଭାଗ ମୁଖ୍ୟ ରବୀନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଛାତ୍ର ସଂସଦ ଉପଦେଷ୍ଟା ଅନିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।ଛାତ୍ରୀ ଅର୍ପଣ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ।ସଭା ଶେଷ ପରେ ଛାତ୍ରୀ ମାନଙ୍କୁ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବହୁ ଅଧ୍ୟାପକ ଅଧ୍ୟପିକା ଛାତ୍ରୀ ମାନେ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.