ସଫା କରା ଯାଉ ନାହିଁ ଡ୍ରେନ, ଫେରି ଯାଉଛି ଟଙ୍କା, ଦୁର୍ଗନ୍ଧରେ ଅସହ୍ୟ ଲୋକେ

ଦାରିଙ୍ଗବାଡି (୧୦/୪) : ପ୍ରତି ପଞ୍ଚାୟତକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ହେଲେ ପଞ୍ଚାୟତ ଦାୟୀତ୍ୱରେ ରହିଥିବା ସରକାରୀ ବାବୁଙ୍କ ଅବହେଳା ପାଇଁ ଟଙ୍କା ଖର୍ଚ୍ଚ ହୋଇପାରୁନାହି । ଅନ୍ୟ ପଟେ ଯେଉଁ ପ୍ରକଳ୍ପ ପାଇଁ ଟଙ୍କା ବ୍ୟୟ ବରାଦ ହୋଇ ଥାଉଚି ତାହା ପରବର୍ତ୍ତୀ ସମୟର ଫେରି ଯାଉଚି । ଏଭଳି କିଛି ଅଭିଯୋଗ ଆସିଛି ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଯୁଡ଼ାବାଡ଼ି ଗ୍ରାମରୁ । ତେଲି ଛକ ଠାରୁ ଯୁଡ଼ାବାଡ଼ି ଗ୍ରାମ ରାସ୍ତାର ଉଭୟ ପାର୍ଶରେ ଡ୍ରେନ ନିର୍ମାଣ ହୋଇଛି । ହେଲେ ଡ୍ରେନ ନିର୍ମାଣ ହେବା ପରେ ତାହା ସଠିକ୍ ସମୟର ସଫା କରାଯାଉନାହିଁ । ଗୋଟିଏ ପଟେ ଡ୍ରେନ ପୋତି ହୋଇଯାଇଥିବ ବେଳେ ଅନ୍ୟ ପଟେ ପୋଚକା ନର୍ଦ୍ଦମା ଭରି ହୋଇ ଦୁର୍ଗନ୍ଧ ବାହାରୁଚି । ରାସ୍ତାରେ ଗଲା ବେଳେ ହେଉ କିମ୍ବା ଡ୍ରେନ କଡ଼ରେ ବସବାସ କରୁଥିବା ଲୋକଙ୍କ ପାଇଁ ଦୁର୍ଗନ୍ଧ ଅସହ୍ୟ ହୋଇଗଲାଣି । ପାଣି ଜମି ରହୁଥିବା ଯୋଗୁଁ ମଶା ବଂଶ ମଧ୍ୟ ବୃଦ୍ଧି ପାଉଛି । ମଶା ଯୋଗୁଁ ସନ୍ଧ୍ୟାରେ ଶାନ୍ତିରେ ଶୋଇ ହେଉନାହିଁ । ସନ୍ଧ୍ୟା ହେଲେ ମଶାର ପ୍ରାଦୃଭାବ ଦେଖିବାକୁ ମିଳୁଛି ।

ଅନ୍ୟ ପକ୍ଷରେ ଉକ୍ତ ଡ୍ରେନକୁ ସଫା କରିବା ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଜରିଆରେ ୧ ଲକ୍ଷ ଟଙ୍କା ମଞ୍ଜୁର ଅର୍ଥ ରହିଛି । ହେଲେ ଉକ୍ତ ଟଙ୍କା ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରୁନାହି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ମଞ୍ଜୁର ଟଙ୍କା ଏକ ବର୍ଷ ହେବ ଖର୍ଚ୍ଚ ହୋଇପାରୁନାହିଁ । ଯାହାରି ଫଳରେ ଲୋକଙ୍କ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହେଲେ ବାବୁଙ୍କ ଅବହେଳା ଯୋଗୁଁ କେତେବେଳେ ଯେ ଟଙ୍କା ଫେରିଯିବ ତାହା କହିହେବ ନାହିଁ । ଏଣୁ ମଞ୍ଜୁର ଥିବା ଟଙ୍କାରେ ଯଥା ଶୀଘ୍ର ଡ୍ରେନ ସଫା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସିମନବାଡ଼ି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରାଜ ସାହୁଙ୍କୁ ପଚାରିବାରୁ ସେ କହିଲେ ଡ୍ରେନ ସଫା ନିମନ୍ତେ ୧ ଲକ୍ଷ ଟଙ୍କା ଅଛି ହେଲେ ମାର୍ଚ୍ଚ ମାସ ଶେଷ ହୋଇଯାଇଛି, ମଞ୍ଜୁର ଟଙ୍କା ଫେରିଯିବ ନା ରହିବ ସେନେଇ ମୁଁ ସିପି ଙ୍କ ସହ କଥା ହେବି ବୋଲି କହିଥିଲେ । ବାବୁ ସବୁ ଜାଣି କିଭଳି ମାର୍ଚ୍ଚ ମାସ ମଧ୍ୟରେ ମଞ୍ଜୁର ଟଙ୍କା ଖର୍ଚ୍ଚ କରିଲେ ନାହିଁ ତାହା ଏବେ ଲୋକଙ୍କ ମନରେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.