ମାଲକାନଗିରି ଜିଲ୍ଲାରେ ପୁଷ୍ପା ୨ ଚଳଚିତ୍ରର ସୁଟିଂ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ଲୋଡିଲେ ପ୍ରଯୋଜକ…

ମାଲକାନଗିରି : ସାରା ଦେଶର ଚଳଚିତ୍ର ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚିତ୍ରର ଶୁଟିଙ୍ଗ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ଏହାର ପ୍ରଯୋଜକ ଟିମ । ପ୍ରଜୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପା ୧ ଅପୁର୍ବ ସଫଳତା ହାସଲ କରିଥିବା ବେଳେ ପୁଷ୍ପା ୨ ଚଳଚିତ୍ର ନିମନ୍ତେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୁଟିଂ କାର୍ଯ୍ୟ ଜାରିଥିବା ବେଳେ ଏହି ସଂସ୍ଥା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ମାଲକାନଗିରି ଭଳି ଜିଲାଳରେ ଏପରି ସୁପର ହିଟ ଚଳଚିତ୍ରର ଦ୍ଵିତୀୟ ଭାଗ ଶୁଟିଙ୍ଗ ହେବା ଜିଲ୍ଲାପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏନେଇ ଆଜି ଏହି ପ୍ରଯୋଜକ ଟିମ ମାଲକାନଗିରି ଜିଲ୍ଲାପାଲ ବିଶାଳ ସିଂ ଓ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀଙ୍କୁ ଲିଖିତ ଭାବେ ସୁଟିଙ୍ଗ ଅନୁମତି ପାଇଁ ଆବେଦନ କରିଛନ୍ତିା ଚଳଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ,

ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତିା ଏଥିନେଇ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ଗତକାଲି ଓ ଆଜି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲୋ ତେବେ ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ଏହି ସୁଟିଙ୍ଗ କରିବା ନିମନ୍ତେ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛିା ଚଳଚିତ୍ର ଶୁଟିଙ୍ଗ ବିଷୟରେ ସ୍ଥାନୀୟ ଲୋକେ ଜାଣିବା ପରେ ବେସ ଖୁସିବ୍ୟକ୍ତ କରିବା ସହ ଉତ୍ସାହର ସହ ଏହାକୁ ଅପେକ୍ଷା କରି ରହିଛନ୍ତି ।

nis-ad
Leave A Reply

Your email address will not be published.