ରାଜସ୍ବ ବିଭାଗର ସୁଲାସୁତରା ରେ ଚାଲିଛି ଶୁଆ ଡଙ୍ଗରରୁ ବେଆଇନ ପଥର ଖନନ…


ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଚିତାବେଡ଼ା ପଞ୍ଚାୟତ ଭୀମା ଗୁଡ଼ା ଠାରୁ ମାତ୍ର ଦୁଇ କି.ମି ବାମ କଡେ ଅବସ୍ଥିତ ଏକ ବିଶାଳକାୟ ପଥର ବେଷ୍ଟିତ ଶୁଆ ଡଙ୍ଗର।ଏଠାକୁ ନୂଆଁ ବର୍ଷ ଓ ବିଭିନ୍ନ ଉତ୍ସବ ସମୟରେ ଅକ୍ଟବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ବଣଭୋଜି କରିବାକୁ ବ୍ଲକର ବିଭିନ୍ନ ଗ୍ରାମ ଓ ବାହାର ରାଜ୍ୟରୁ ଲୋକ ଏଠାକୁ ଆସିଥାନ୍ତି। ଏହି ଶୁଆ ଡ଼ଙ୍ଗରିରେ ରହିଛି ପଥର ସମ୍ପତି। ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡି କିଛି ମାତ୍ରାରେ ଚୋରି ହୋଇଥିବା ବେଳେ ପଞ୍ଚାୟତ ବାସୀ ଏବଂ ବନ ବିଭାଗ ସହାୟତାରେ ଏହାର ସୁରକ୍ଷା କରାଯାଉଥିବା ବେଳେ ଏହି କିଛି ଦିନ ହେବ କିଛି ବ୍ୟକ୍ତି ଡଙ୍ଗର ମଧ୍ୟରେ ପଥର ଫଟାଉ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଶୁଆ ଡଙ୍ଗର ଠାରୁ ୨୫ ରୁ ୩୦ କି.ମି ଦୂରତା ବ୍ୟବଧାନ ମଧ୍ୟରେ ପଥର ମିଳୁନଥିବାରୁ ପଥର ଲୁଟେରା ଙ୍କ ଲୋଲୁପ ଦୃଷ୍ଟି ଲାଗି ରହିଛି। ସଦର ଝୋରୀଗାଁ ମହକୁମା ଠାରୁ ମାତ୍ର ୧୦ କି .ମି ଦୂରରେ ମାତିଛନ୍ତି ପଥର ଲୁଟେରା। ରାଜସ୍ୱ ବିଭାଗ ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ଦିନ ଦ୍ୱିପ୍ରହରେ ଖଣନ ହେଉଛି ପଥର ସମ୍ପତି, ରାଜସ୍ୱ ବିଭାଗ ସବୁ ଜାଣିଶୁଣି ଚୁପ l ଅନେକ ଛୋଟ ବଡ଼ ପଥରର ସମାହାରରେ ପ୍ରାୟ ଶହେ ଫୁଟ ଉଚ୍ଚରେ ଦୁଇ ହଜାର ବର୍ଗଫୁଟ ଏକ ବିସ୍ତୀର୍ଣ୍ଣ ଚଟାଣ ରହିଥିବା ବେଳେ ଚତୁର୍ପାର୍ଶ୍ଵରେ ଘେରି ରହିଛି ଦୁଇ ଶହ ଏକର

ଆକାସିଆ ଓ ସିଉନା ବୃକ୍ଷ ବଣ। ବିସ୍ତୀର୍ଣ୍ଣ ପଥର ଚଟାଣର ମଧ୍ୟଭାଗରେ ଠିଆ ହୋଇରହିଛି ବିରାଟକାୟ ପଥର ଖଣ୍ଡ ଦେଖିବାକୁ ଶୁଆ ଥଣ୍ଟ ଭଳି। ଯାହା ଫଳରେ ସ୍ଥାନୀୟ ଲୋକେ ଏହି ସ୍ଥାନକୁ ଶୁଆ ଡ଼ଙ୍ଗରୀ ବୋଲି ନାମିତ କରିଥିବା ଜଣା ପଡ଼ିଛି। ଏହି ଶୁଆ ଡଙ୍ଗରିର ଚତୁର୍ପାଶ୍ୱରେ ବିଛାଡ଼ି ହୋଇ ରହିଛି ଶତାଧିକ ଛୋଟ ବଡ଼ ପଥର ଖଣ୍ଡ, ଆକାଶିଆ ବଣର ଛାଇ ଓ ଏହାର ଚତୁର ପାର୍ଶ୍ଵରେ ରହିଥିବା ଘାସ ସବୁଜିମା ଏବଂ ଶୁଆ ଡଙ୍ଗରର ଉଭୟ ପଟେ ରହିଛି ଦୁଇଟି ପୋଖରୀ। ଅନୁମାନିକ ଶହେ ଫୁଟ ଉଚ୍ଚତା ପଥର ଚଟାଣ ଉପରୁ ଠିଆ ହେଲେ ଦେଖାଯାଇଛି ବିସ୍ତୃତ ବଣ ଓ ନିକଟସ୍ଥ ବିଲ ବାଡ଼ି ଗାଁ ଗଣ୍ଡାର ମନୋରମ ଦୃଶ୍ୟ।ରାଜସ୍ୱ ବିଭାଗ ଓ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ସ୍ଥାନର ବେଆଇନ ପଥର ସମ୍ପଦ ଖଣନକୁ ସୁରକ୍ଷା ଦେଇ ପାନୀୟ ଜଳ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ଏହାର ସୌନ୍ଦର୍ଯୀକରଣ କରାଗଲେ ପର୍ଯ୍ୟଟକଙ୍କ ଆଗମନ ଅଧିକ ମାତ୍ରାରେ ହୋଇ ପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

nis-ad
Leave A Reply

Your email address will not be published.