ନିଃସର୍ତ୍ତ ଖବରର ପ୍ରଭାବ : ଖବର ପ୍ରସାରଣ ପରେ ଗାଁକୁ ବିଜୁଳି ସଂଯୋଗ କଲା ଟାଟା ପାୱାର…

ମାଲକାନଗିରି : ତଣ୍ଡାପଲ୍ଲୀ ପଞ୍ଚାୟତ ର ପାନାଗୁଡ଼ା ଗ୍ରାମରେ କିଛି ଦିନ ତଳେ କାଳବୈଶାଖୀ ତାଣ୍ଡବ ରଚିଥିଲା ଯାହାଫଳରେ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋବାସହ ସମ୍ପୂର୍ଣ୍ଣ ଗ୍ରାମରୁ ବିଜୁଳି ସଂଯୋଗ ବିଛିନ୍ନ ହୋଇଥିଲା । ଯାହା ଫଳରେ ଗ୍ରାମରେ ନାହିଁ ନଥିବା ଅସୁବିଧା ଭୋଗି ଥିଲେ ଗ୍ରାମବାସୀ । ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଗ୍ରାମ ବାସୀ ସମସ୍ୟା ବାବଦରେ ଜଣାଇବା ସହ ବିଜୁଳି ସଂଯୋଗ ବାବଦରେ ଖବର ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ଖବରପ୍ରକାଶ ପରେ ଟାଟା ପାୱାର କର୍ମଚାରୀ ମାନେ ତତ୍ପରତା ପ୍ରକାଶ କରିବା ସହ ସନ୍ଧ୍ୟା ସମୟରେ ପୁନଃ ବିଜୁଳି ସଂଯୋଗ କରିଥଲେ । ଆଜି ସକାଳେ ଗ୍ରାମବାସୀ ମାନେ ଖବର ପ୍ରସାରଣ ଯୋଗୁଁ ବିଜୁଳି ପାଇଥିବାରୁ ସମବେତ ଭାବେ ଧନ୍ୟବାଦ ଦେଇଥିଲେ ।

nis-ad
Leave A Reply

Your email address will not be published.