ପଥରବ୍ଲାଷ୍ଟିଂ ବନ୍ଦ ଦାବି କଲେ ପୂର୍ବତନ ବିଧାୟକ

ହିଞ୍ଜିଳିକାଟୁ (୮।୪): ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ସାହପୁର ପଞ୍ଚାୟତର ହନ୍ତସ ଗ୍ରାମ ନିକଟସ୍ଥ ଖୋଳ ପାହାଡ଼ରୁ ବିପଦଜନକ ଭାବେ ପଥର ଫୁଟାଇବା ବନ୍ଦ କରିବା ପାଇଁ ହିଞ୍ଜିଳିର ପୂର୍ବତନ ବିଧାୟକ ଉଦୟନାଥ ନାୟକ ଦାବି କରିଛନ୍ତି। ଉକ୍ତ ଗ୍ରାମବାସୀଙ୍କ ଦାବିକୁ ସେ ଜିଲା ପ୍ରଶାସନ ନିକଟରେ ଜଣାଇଥିବା ମଧ୍ୟ ପୂର୍ବତନ ବିଧାୟକ ନାୟକ କହିଛନ୍ତି। ବିପଦଜନକ ଭାବେ ଉକ୍ତ ପାହାଡ ରୁ ପଥର ଫୁଟାଇବା ଫଳରେ ପାହାଡ଼ ନିକଟସ୍ଥ ଘରର କାନ୍ଥ ଫାଟି ଯାଉଛି। ପଥର ଛିଟିକି ରାସ୍ତା ଉପରେ ଯାଉଥିବା ଲୋକଙ୍କ ଜୀବନ ସଙ୍କଟାପନ୍ନ ଆଶଙ୍କା ସୃଷ୍ଟି ହେଉଛି। ଗ୍ରାମବାସୀ ଗତ ମାସ ୨୩ରେ ବିପଦଜନକ ଭାବେ ପଥର ଫୁଟାଇବା ବନ୍ଦ କରିବା ଦାବିରେ ସ୍ଥାନୀୟ ଜନପ୍ରତିନିଧି ଏବଂ ହିଞ୍ଜିଳିକାଟୁ ତହସିଲଦାରଙ୍କୁ ଜଣାଇଥିଲେ। ଏଥି ନେଇ ଆଶ୍ଵାସନା ମିଳିଥିଲେ ମଧ୍ୟ ସମସ୍ୟା ର ସମାଧାନ ହେଲାନାହିଁ। ଘଟଣା ନେଇ ଗ୍ରାମବାସୀ ପୂର୍ବତନ ବିଧାୟକ ନାୟକଙ୍କୁ ଜଣାଇଥିଲେ। ଗତ ମାସ ୩୦ରେ ପୂର୍ବତନ ବିଧାୟକ ନାୟକ ହନ୍ତସ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ସମସ୍ୟାର ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗଞ୍ଜାମ ଜିଲାପାଳଙ୍କୁ ସେ ଏହି ସମସ୍ୟାର ସମାଧାନ ପାଇଁ ଜଣାଇଛନ୍ତି ବୋଲି ନାୟକ କହିଛନ୍ତି।

nis-ad
Leave A Reply

Your email address will not be published.