ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ପରିଚାଳନା ଓ ସୁଦୃଢୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ସୁନ୍ଦରଗଡ଼(୮/୪) : ସୁନ୍ଦରଗଡ଼ ଜିଲ୍ଲାର ୧୪ ଟି ଅପହଞ୍ଚ ତଥା ଅତି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଆଜି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକ ରଙ୍ଗିଆମୁଣ୍ଡାର ଆଞ୍ଚଳିକ ସମ୍ବଳ କେନ୍ଦ୍ର ଠାରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ସରୋଜ କୁମାର ମିଶ୍ରଙ୍କ କରକମଳରେ ଅପହଞ୍ଚ ଅଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ପରିଚାଳନା ଓ ସୁଦୃଢୀକରଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମଟି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକ ର ସହଭାଗିତାରେ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସୁନ୍ଦରଗଡ଼ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶଙ୍କର ଆଚାର୍ଯ୍ୟ ,ପିପିଏମ ସଂଯୋଜକ ରାଜକୁମାର ଦେହେରୀ , ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକର ଅଧ୍ୟକ୍ଷ ଅମୀୟ କାନ୍ତ ନାଏକ , ସେବକ କର୍ମୀ ସଞ୍ଜୁ ପଟେଲ , ସ୍ନେହଲତା ନାଏକ ,ଦୀପିକା ବୁଡା , ବର୍ଷା ସାହୁ,ଜ୍ୟୋତ୍ସ୍ନା ଏକ୍କା, ଅର୍ଚ୍ଚନା ଭିତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ । ୧୪ଟି ଅପହଞ୍ଚ ଅଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ୧୪ ଟି ଅପହଞ୍ଚ ଅଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡିକ ହେଲା-କୋଇଡା ବ୍ଲକର ମାଲଡା ,ରେଳହାତୁ ,ସୋୟମ୍ବା, ରେଙ୍ଗାଲବେଡା ;ଲହୁଣିପଡା ବ୍ଲକର ଦଲମକୁଚା ,ବରସୁଆ ,ହଲଦିକୁଦର ,କପଣ୍ଡ ; ସବ୍ଡ଼େଗା ବ୍ଲକର ତେନ୍ତୁଳିଝରିଆ ; ନୂଆଗାଁ ବ୍ଲକର ବାରିଲେପ୍ଟା ,କୁତ୍ରା ବ୍ଲକର କରମାବାହାଲ;ବାଲିଶଙ୍କରା ବ୍ଲକର କୁସୁମରା ;ବଣେଇଗଡ ବ୍ଲକର ବନ୍ଧାଭୁଇଁ ;ବିଶ୍ରା ବ୍ଲକର ବରସୁଆ। ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶଙ୍କର ଆଚାର୍ଯ୍ୟ ୧୪ ଟି ଅପହଞ୍ଚ ଅଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ପରିଚାଳନା ଓ ସୁଦୃଢୀକରଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଙ୍କର ଦାୟିତ୍ଵ ,ଦୈନିକ କାର୍ଯ୍ୟକ୍ରମ,ନିର୍ଦ୍ଧାରିତ ଟୀକାକରଣ, ୧୨ ଟି ସ୍ୱାସ୍ଥ୍ୟ ସେବା ,ଗୋଷ୍ଠୀ ଗତ କାର୍ଯ୍ୟକ୍ରମ,ନଥିପତ୍ର ଲିଖନ,ତଥ୍ୟ ସଂଗ୍ରହ ,ରିପୋର୍ଟ ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ।

ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ୧୪ଟି ଅପହଞ୍ଚ ଅଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଜନସାଧାରଣଙ୍କୁ ତୃଣାମୂଳ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ସମସ୍ତଙ୍କୁ କହିଥିଲେ । ସଞ୍ଜୁ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପିପିଏମ ସଂଯୋଜକ ରାଜକୁମାର ଦେହେରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ବିଭିନ୍ନ ସ୍ୱାସ୍ଥ୍ୟ ସେବା ବିଷୟରେ ପୁଙ୍ଖାନୁପୁଙ୍ଖ ତାଲିମ ଦେଇଥିଲେ ।
ବିଶ୍ୱରଂଜନ ହୋତା

nis-ad
Leave A Reply

Your email address will not be published.