ସିମନବାଡ଼ିରେ ପଞ୍ଚୁଦଣ୍ଡ ମିଳନ

ଦାରିଙ୍ଗବାଡି,୮/୪, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଠାରେ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଦଣ୍ଡରେ ଗ୍ରୀନବାଡ଼ି, କେଲେମାହା, ବାଲିଗାଡ଼ା, କରଣ୍ଡାଗଡ଼ ଓ ଗୁଞ୍ଜିବାଡ଼ି ଗ୍ରାମର ଦଣ୍ଡ ଯାତ୍ରାର ମିଳନ ହୋଇଥିଲା । ଦିନ ବେଳେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ପଞ୍ଚୁଦଣ୍ଡ ମିଳନ ହୋଇଥିଲା । ଏହି ପଞ୍ଚୁ ଦଣ୍ଡ ମିଳନରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା । ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏହା ପ୍ରଥମ ଥର ଅନୁଷ୍ଠିତ ହୋଇଥିଲା । କମିଟିର ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଦାରିଙ୍ଗବାଡି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା ।

nis-ad
Leave A Reply

Your email address will not be published.