ସନ୍ଦେହ ଘେରରେ ଚମରା ଗଣ୍ଡଙ୍କ ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟା ?

ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ବୋବେଇ ପଂଚାୟତ ଅନ୍ତର୍ଗତ ବିରିପୁର (ଡିଏନକେ ) ଗ୍ରାମର ପାର୍ଶ୍ୱବର୍ତ୍ତୀ ରିଜର୍ଭ ଜଙ୍ଗଲରେ ଗତ ୫ ତାରିଖରେ ଯେଉଁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଏକ ଭାଲିଆ ଗଛରେ ଠାବ ହୋଇଥିଲା, ସେହି ବ୍ୟକ୍ତି ଜଣକ ଯୋଡିଙ୍ଗା ପଂଚାୟତ ଅନ୍ତର୍ଗତ ଆଦିପରା (ବୋରଗାଁ ) ଗ୍ରାମର ନିବାସୀ ଚମରା ଗଣ୍ଡ (୫୫) | ତାଙ୍କ ପିତାଙ୍କ ନାମ ବାଦୀ ଗଣ୍ଡ | ଉକ୍ତ ବ୍ୟକ୍ତିଙ୍କର ସ୍ତ୍ରୀ ସୋନି ଗଣ୍ଡଙ୍କ କହିବା ଅନୁଯାୟୀ ୩ ତାରିଖ ସୋମବାର ସକାଳ ୮ଟା ବେଳେ ନିଜ ସାଇକେଲ ଧରି ଚମରା ନୀଳଗିରି ଗଛ ବିକ୍ରି କରିଥିବା ଟଙ୍କା ପାଇଁ ପାର୍ଶ୍ୱବର୍ତ୍ତୀ ଗ୍ରାମ ଦାସପୁର (ଡିଏନ କେ )ର ଗୌତମ ବିଶ୍ୱାସଙ୍କ ଘରକୁ ଯାଉଛି କହି ବାହାରିଥିଲେ | କିନ୍ତୁ ବିଳମ୍ବିତ ରାତି ସୁଦ୍ଧା ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ସୋନି ଗଣ୍ଡ ଫୋନ ଯୋଗେ ନିଜସ୍ୱ ଆତ୍ମୀୟଙ୍କ ଘରେ ଯୋଗାଯୋଗ କରିଥିଲେ l ଏବଂ ଭାବିଲେ କାଳେ ରାଇଘରର ପ୍ରସିଦ୍ଧ ମା କଳସୀ ଯାତ୍ରା ଦେଖିବାକୁ ଯାଇଥାଇ ପାରନ୍ତି l କିନ୍ତୁ ୫ ତାରିଖ ଦିନ ‘ନିସର୍ତ୍ତ ନିୟୁଜ’ର ଖବର ପ୍ରସାରଣ ହେବାପରେ ନିୟୁଜଟିକୁ ଦେଖି ନିଜ ସ୍ୱାମୀଙ୍କର ମୃତଦେହ ଚିହ୍ନି ପାରି ଜ୍ଞାନଶୂନ୍ୟ ହୋଇ ଅଚେତ ହୋଇପଡିଥିଲେ ଏବଂ ଆଦିପରା ଗ୍ରାମରେ ଶୋକାକୁଳ ବାତାବରଣ ଖେଳି ଯାଇଥିଲା l ୬ ତାରିଖ ସକାଳୁ ଯୋଡିଙ୍ଗା ପଂଚାୟତର ପୂର୍ବତମ ସରପଞ୍ଚ ଶ୍ରୀ ଫୁଲସିଂ ଗଣ୍ଡ ଓ ଆଦିପରା (ବୋରଗାଁ ) ର ୱାର୍ଡ ମେମ୍ବର ସୁରେଶ ଗଣ୍ଡ, ଗଜେନ୍ଦ୍ର ଗଣ୍ଡ , ଘଶୁରାମ ଗଣ୍ଡ , ଦୟାଲୁ ଗଣ୍ଡ ପ୍ରସାଦ ଗଣ୍ଡ ପ୍ରମୁଖଙ୍କ ସହିତ ସୋନି ଗଣ୍ଡ ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଏକ ଲିଖିତ ଅଭିଯୋଗ ଦେଇ ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ଗୁହାରି କରିଥିଲେ l

ଆର ପଟେ ଦାସପୁର ଡି ଏନ କେ ଗ୍ରାମର ଗୌତମ ବିଶ୍ୱାସଙ୍କୁ ପଚାରିବାରୁ କହିଲେ ଯେ, ମୃତ ଚମରା ଗଣ୍ଡ ନୀଳଗିରି ଗଛ ବିକ୍ରି କରିଥିବା ଟଙ୍କା ବକେୟା ନାହିଁ l ଯାହା ଥିଲା ଏକ ମାସ ପୂର୍ବରୁ ମୃତ ଚମରା ଓ ତାଙ୍କ ସ୍ତ୍ରୀ ଙ୍କୁ ଦେଇଛନ୍ତି l ଏବଂ ୩ ତାରିଖ ଦିନ ଚମରା, ଗୌତମ ଙ୍କ ଘରକୁ ଆସିନାହିଁ କିମ୍ବା ଉଭୟ ଙ୍କ ଦେଖା ମଧ୍ୟ ହୋଇନାହିଁ l ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ଉପରେ ଯୋଡିଙ୍ଗା ପଂଚାୟତ ବାସୀଙ୍କର ଦୃଢ ବିଶ୍ୱାସ, ରାଇଘର ପୋଲିସ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି | ହେଲେ ଆଜିକୁ ତିନିଦିନ ବିତି ଗଲାଣି ପୋଲିସ ପ୍ରଶାସନ କୌଣସି ସଠିକ ତଦନ୍ତ କରୁନାହାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିବା ସହିତ ପ୍ରକୃତ ସତ୍ୟ କେବେ ଉନ୍ମୋଚନ ହେବ ତାହାକୁ ଅପେକ୍ଷା କରିଛନ୍ତି |

nis-ad
Leave A Reply

Your email address will not be published.