ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ବୈଠକ

ଛତ୍ରପୁର : ଛତ୍ରପୁର ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ମା ଉଜ୍ୱଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ଏକ ବୈଠକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାପତି ସୁରେଶ କୁମାର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ ସମ୍ପାଦକ ଏଲ.ଗୋପାଲ ରାଓ, ଯୁଗ୍ମ ସମ୍ପାଦକ ଟି.ମୋହନ ରାଓ, କାର୍ଯ୍ୟକାରୀ ସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି , ଲାଇବ୍ରେରୀ ସମ୍ପାଦକ ମନୋଜ କୁମାର ବେହେରା(ସି) ଓ କୋଷାଧ୍ୟକ୍ଷ ଅନାମ ପ୍ରଧାନଙ୍କୁ ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ।। ଏହାସହିତ ବିଜୁ ଆଇନ ସାମ୍ମୁଖ୍ୟର ରାଜ୍ୟ ଉପସଭାପତି ଅନୀଲ କୁମାର ସାହୁ, ଜିଲ୍ଲା ସଭାପତି ବିଜୟ କୁମାର ପ୍ରଧାନ , ଜିଲ୍ଲା ସରକାରୀ ଓକିଲ ପି.ନରସିଂହ ପାତ୍ର ଓ ରାଜ୍ୟ ବାର କାଉନସିଲ ପ୍ରାର୍ଥୀ ସଂଜୀତ୍ କୁମାର ପାଣିଗ୍ରହୀଙ୍କୁ ମଧ୍ୟ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ। । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାସହିତ ଅଧିକ ରୁ ଅଧିକ ସଭ୍ୟ କିପରୀ ଏହି ସାମ୍ମୁଖ୍ୟ ସାମିଲ ହେବେ ସେଥୀ ନିମନ୍ତେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ର ବିଭିନ୍ନ କାର୍ଯ୍ୟ ଶୈଳୀ ଉପରେ ସଭାପତି ଶ୍ରୀ ପଣ୍ଡା କହିବା ସହିତ ରାଜ୍ୟ ବାରକାଉନସିଲ ସଂଜିତ୍ କୁମାର ପାଣିଗ୍ରାହୀ ଗଂଜାମ ଜିଲ୍ଲାର ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ କିପରୀ ବିଜୟୀ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ଉପଦେଷ୍ଟା ଅଶୋକ କୁମାର ଚୈାଧୁରୀ ଓ ବିଜୟ କୃଷ୍ଣ ପଟ୍ଟନାୟକ, ଉପସଭାପତି ସିମାଞ୍ଚଳ ମହାପାତ୍ର, ଅହି ଭୂଷଣ ସାହୁ, ଭୈରବୀ କୁମାର ପଟ୍ଟନାୟକ ଓ କିଶୋର ଚନ୍ଦ୍ର ସେନାପତିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ବିଜୁ ଆଇନ ସାମ୍ମୁଖ୍ୟର ସଦସ୍ୟ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ଛତ୍ରପୁର ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପ ସହ ଉପଢୈାକନ ପ୍ରଦାନ କରି ସ୍ୱାଗର ଜଣାଇଥିଲେ ।

nis-ad
Leave A Reply

Your email address will not be published.