କୀଟନାଶକ ପିଇ ୪ ଶିଶୁ ଗୁରୁତର

ଭଦ୍ରକ : ଭଦ୍ରକ ତିହିଡି ଝିଙ୍କିରିଆରେ କୀଟନାଶକ ପିଇ ୪ ଶିଶୁ ଗୁରୁତର । ଖେଳୁଥିଲା ବେଳେ ଅଜାଣତରେ କୀଟନାଶକ ପିଇଥିଲେ । ଗୁରୁତର ୪ ଶିଶୁଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଖେଳୁ ଖେଳୁ କୀଟନାଶକ ପିଇ ଦେଇଥିଲେ ୪ ଶିଶୁ ।

ସମସ୍ତ ଶିଶୁଙ୍କ ବୟସ ୨ରୁ ୩ ବର୍ଷ ମଧ୍ୟରେ ହୋଇଥିବା ସୂଚନା ରହିଛି। ଗୁରୁତରଙ୍କ ମଧ୍ୟରେ ଦୁଇ ପୁଅ ଓ ଦୁଇ ଜଣ ଝିଅ ଅଛନ୍ତି । ଝିଙ୍କିରିଆ ଗାଁର ୪ଜଣ ଛୋଟ ପିଲା ବିଲରେ ଖେଳୁଥିଲେ । ସେମାନଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

nis-ad
Leave A Reply

Your email address will not be published.