ମୁଁହରେ କଳା କପଡ଼ା ବାନ୍ଧି ଧାରଣା ଦେଲେ ୬୬୨ ବେସରକାରୀ ଅଧ୍ୟାପକ ସଂଘ

ଭୁବନେଶ୍ବର: ଆଜି ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘ ପକ୍ଷରୁ ପୁଣି ଧାରଣା ଆରମ୍ଭ ହୋଇଛି। ୬୬୨ ବର୍ଗର ବେସରକାରୀ ଅଧ୍ୟାପକମାନେ ମୁଁହରେ କଳା କପଡ଼ା ବାନ୍ଧି ଧାରଣା ଦେଇଛନ୍ତି। ହଜାର ହଜାର ସଂଖ୍ୟକ ଅଧ୍ୟାପକ ଏଥିରେ ସାମିଲ ହୋଇଛନ୍ତି। ଗତ ୫୩ ଦିନ ହେବ ଚାଲିଛି ଏହି ଆନ୍ଦୋଳନ।
ସୂଚନାଯୋଗ୍ୟ, ‘ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ’ ପକ୍ଷରୁ ଦାବି କରାଯାଇଛି ଯେ ସରକାର ପାତରଅନ୍ତର ଓ ବର୍ଗୀକରଣ ନକରି ୭ମ ବେତନ କମିସନ୍‌ଙ୍କ ନିୟମ ଆଧାରରେ ସମାନ ଗ୍ରେଡ୍‌-‌‌ପେ’କୁ ସମାନ ଦରମା ଦିଅନ୍ତୁ। ସମସ୍ତଙ୍କୁ ଗ୍ରାଚ୍ୟୁଇଟି ଓ ପେନସନ୍, ୨୦୧୮ ଜି.ଓ ପ୍ରତ୍ୟାଶୀମାନଙ୍କୁ ୭ମ ବେତନ ଏବଂ ଅସଂଗତି ପଦ ପାଇଁ ଆହୂତ ତଥ୍ୟକୁ ତୁରନ୍ତ ଯାଞ୍ଚ କରି ଅନୁଦାନ ପ୍ରଦାନ କରନ୍ତୁ। ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ଏହି ସମସ୍ୟାର ସମାଧାନ କରନ୍ତୁ।

ପୂର୍ବରୁ ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା ହୋଇଥିଲା । +୨ ମୂଲ୍ୟାୟନ ପୂର୍ବରୁ ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଆସନ୍ତାକାଲି ଠାରୁ +୨ ଖାତା ଦେଖା ଆରମ୍ଭ ହେବାକୁ ଥିବା ବେଳେ ଏଯାଏ ସମାଧାନ ହୋଇନି। ଏଣୁ ଆଜି ଏହି ଧାରଣା ଦେଉଛି ସଂଘ।

nis-ad
Leave A Reply

Your email address will not be published.