ପ୍ରି-ଇଷ୍ଟର ପାଳନ ନେଇ ଗୁଡ୍ ନ୍ୟୁସ୍ ଚର୍ଚ୍ଚ ପକ୍ଷରୁ ଇଷ୍ଟର କଣ୍ଟାଟା କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି (୫/୪) : ଦାରିଙ୍ଗବାଡ଼ି ଆଇଟିଆଇ ପଡ଼ିଆରେ ପ୍ରୀ ଇଷ୍ଟର ପାଳନ ନେଇ ଗୁଡ୍ ନ୍ୟୁସ୍ ଚର୍ଚ୍ଚ ପକ୍ଷରୁ ଇଷ୍ଟର କଣ୍ଟାଟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ଜାତି ଧର୍ମ ନିର୍ବିଶେଷରେ ବହୁସଂଖ୍ୟକ ପୁରୁଷ ମହିଳା ,ଯୁବକ ଯୁବତୀ,ପୁଅଝିଅ ଓ ବୃଦ୍ଧ ବୃଦ୍ଧା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଲିକ, ବିଡିଓ ଗଦାଧର ପାତ୍ର, ତହସିଲଦାର ଡା.ଅଶୋକ କୁମାର ଦାସ,ବଣିକ ସଂଘ ସଭାପତି ଲଡୁକିଶୋର ସାହୁ ଓ ଶିକ୍ଷକ ବିଦେଶୀ ନାୟକ ଯୋଗଦେଇ ପ୍ରଭୁଯୀଶୁଖ୍ରୀଷ୍ଟ ଙ୍କ ମୃତ୍ୟୁ ଓ ପୁନର ଉଥାନ ସମ୍ପର୍କରେ ସୂଚନା ଦେଇ ତାଙ୍କର ଦୟା, କ୍ଷମା ଓ ପ୍ରେମର ବାଣୀକୁ ନେଇ ଭାଇଚାର ସମ୍ପର୍କରେ ସମସ୍ତେ ଶାନ୍ତିରେ ରହିବାକୁ ଆହ୍ୱାନ ଦେଇଥିଲେ । ପାଷ୍ଟର ରଜତ କୁମାର ନାୟକ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଠାରେ ଦୟା, କ୍ଷମା ଓ ପ୍ରେମର ବାଣୀକୁ ପ୍ରଚାର କରି ସମସ୍ତଙ୍କୁ ପ୍ରୀ ଇଷ୍ଟେର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଯୁବକ ଯୁବତୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ସହିତ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନର ଉଥାନ ନେଇ ନାଟକ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସଂଯୋଜନା ସନ୍ୟା ପ୍ରଧାନ କରିଥିଲେ ।

nis-ad
Leave A Reply

Your email address will not be published.