ଅଜଣା ଗାଡ଼ି ଧକ୍କାରେ ୩ଟି ଗାଇ, ଗୋଟିଏ ବଳଦ ମୃତ, ୨ଟି ବାଛୁରି ଆହତ

ଦାରିଙ୍ଗବାଡ଼ି(୫/୪) : ଦାରିଙ୍ଗବାଡ଼ି ୫୯ନଂ ଜାତୀୟ ରାଜପଥ ଡବେରୀ ଠାରେ ଅଜଣା ଗାଡ଼ି ଧକାରେ ୩ଟି ଗାଇ ଓ ଗୋଟିଏ ବଳଦ ମୃତ ହୋଇଥିଲା ବେଳେ ୨ଟି ବାଛୁରି ଆହାତ ହୋଇଥିବା ଜଣା ପଡ଼ିଛି। ଡବେରୀ ଗ୍ରାମର ବିଶ୍ରାମ ପ୍ରଧାନଙ୍କ ଗୋଟିଏ ବଳଦ, ନିରାକାର ପ୍ରଧାନଙ୍କ ଦୁଇଟି ଗାଈ ଓ ଗୋଟିଏ ବାଛୁରି ଆହତ ହୋଇ ଥିବାବେଳେ, ସେହିପରି କାମଦେବ ପ୍ରଧାନଙ୍କ ଗୋଟିଏ ଗାଈ ଓ ଛୋଟ ବାଛୁରି ଆହାତ ହୋଇଛି । ସୂଚନା ମୁତାବକ କୋୖଣସି କାରଣରୁ ଗତକାଲି ଡବେରୀ ଗ୍ରାମର ବିଶ୍ରାମ ପ୍ରଧାନ,କାମଦେବ ପ୍ରଧାନ ଓ ନିରାକାର ପ୍ରଧାନଙ୍କ ଗାଈ,ବଳଦ ଓ ବାଛୁରି ଘରକୁ ଯାଇନଥିଲେ। ଡବେରୀ ୫୯ନଂ ଜାତୀୟ ରାଜପଥରେ ରାତିରେ ଗାଈ,ବଳଦ ଓ ବାଛୁରି ଶୋଇଥିଲେ। ମଧ୍ୟରାତ୍ରୀରେ ଅଜଣା ଗାଡ଼ି ଧକାରେ ଗାଇ ଓ ବଳଦର ମୃତ ସହିତ ବାଛୁରୀ ଆହତ ହୋଇଥିବା ଅନୁମାନ କରା ଯାଉଛି।ଖବର ପାଇ ଦାରିଙ୍ଗବାଡ଼ି ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରୁଛି । ଖବର ପାଇ ପ୍ରାଣୀଧନ ନିରୀକ୍ଷକ ଧିରେନ ଦଳବେହେରା , ସହଯୋଗୀ ନିରଞ୍ଜନ ନାୟକ ଘଟଣା ସ୍ଥଳରେ ପହଞ୍ଚି ଆହାତ ଗାଈ ବାଛୁରିର ଚିକିତ୍ସା କରିଛନ୍ତି। ଗାଈ, ବଳଦ ମୃତ୍ୟୁ ହୋଇଥିବା ମାଲିକ ମାନେ କ୍ଷେୟ କ୍ଷତି ପ୍ରଦାନ କରିବା ପାଇଁ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇ ଥିବା ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.