ଅଜଣା ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ରାଇଘର(୫/୦୪) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବିରିପୁର (ଡି ଏନ କେ )ଗ୍ରାମର ପାର୍ଶ୍ୱବର୍ତ୍ତୀ ରିଜର୍ଭ ଜଙ୍ଗଲରେ ଆଜି ଏକ ଅଜଣା ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଉକ୍ତ ଜଙ୍ଗଲର ଏକ ଭାଲିଆ ଗଛରେ ଠାବ ହୋଇଛି l

ସୂଚନା ଅନୁଯାଇ ଉକ୍ତ ଜଙ୍ଗଲର ପାର୍ଶ୍ୱ ବର୍ତ୍ତୀ ଚୋର ବେଡା ଗ୍ରାମର କିଛି ଆଦିବାସୀ ମହିଳା ମାନେ ଜଙ୍ଗଲରେ ଦାନ୍ତ କାଠି ଏବଂ ଶାଳ ପତ୍ର ସଂଗ୍ରହ କରିବା ସମୟରେ ଝୁଲନ୍ତା ମୃତଦେହ କୁ ଦେଖି ଭୟଭୀତ ହୋଇ ଗ୍ରାମବାସୀଙ୍କୁ କହିବାରୁ ଏହି ଘଟଣାଟି ଲୋକଲୋଚନା କୁ ଆସିଲା l କିଏ ବା କାହିଁକି ଏଠାକୁ ଆସି ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି…. ନା କେହି ମାରିକି ମୃତ ବ୍ୟକ୍ତିଜଣଙ୍କୁ ଗଛରେ ଝୁଲେଇଛନ୍ତି?? ତାହା ତଦନ୍ତ ସକ୍ଷେପ!! ଘଟଣା ସ୍ଥଳରେ ଉପସ୍ଥିତ ଲୋକମାନେ ଶବଟିକୁ ଚିହ୍ନିବାର ପ୍ରୟାସ କଲେ ମଧ୍ୟ ଶବର ଅବସ୍ଥା ଖରାପ ହେତୁ ଅବସ୍ଥାରେ ଶବ ଟିକୁ କେହି ଚିହିଁ ପାରିଲେ ନାହିଁ | ଉପସ୍ଥିତ ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଥ କୁମାର ନାୟକଙ୍କୁ ନିଖୋଜ କେସ ବିଷୟରେ କୌଣସି ରିପୋର୍ଟ ହସ୍ତଗତ ହୋଇଛି କି ନାହିଁ ପଚାରିବାରୁ, ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି କହିଛନ୍ତି l ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଶବଟିକୁ ଜବତ କରି ତଦନ୍ତ କରୁଛନ୍ତି l ଉକ୍ତ ଖବର ଟି ପ୍ରକାଶିତ ହେବା ଯାଏଁ ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିନାହିଁ l

nis-ad
Leave A Reply

Your email address will not be published.