ବ୍ରହ୍ମପୁରରେ ଚାଲିଛି ମା’ ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ଆରମ୍ଭ ହୋଇଛି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା । ବିରାଟ ପଟୁଆରରେ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ଦେଶୀବେହେରା ସାହିରେ ଥିବା ବାପଘରକୁ ବିଜେ କରିଛନ୍ତି ମା’। ପରମ୍ପରା ଅନୁସାରେ ଯାତ୍ରାର ମୁଖ୍ୟ ପୁରୋଧା ଦୁର୍ଗା ପ୍ରସାଦ ଦେଶୀ ବେହେରା ମା’ଙ୍କ ଡାକରା ପାଇଁ ମନ୍ଦିର ଯାଇଥିଲେ । ଚାଙ୍ଗୁଡ଼ିରେ ନିଆଯାଇଥିବା ଇଟମଳା ଫୁଲମାଳ ମାଆଙ୍କ ମସ୍ତକରେ ରଖି ପୂଜାର୍ଚ୍ଚନା କରାଯାଇଥିଲା । ଏହା ମଥାରୁ ଖସିବା ପରେ ମାଆଙ୍କ ଆଜ୍ଞାମାଳ ସ୍ୱରୂପ ସେହି ମାଳକୁ ପୁଣି ଥରେ ଚାଙ୍ଗୁଡ଼ିରେ ରଖି ବିରାଟ ପଟୁଆରରେ ଅଣାଯାଇ ମଧ୍ୟ ରାତ୍ର ସାଢେ ୩ଟାରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା ।

ଗତ ଯାତ୍ରା ସମୟରେ କୋଭିଡ୍‌ କଟକଣା ଭକ୍ତ ଓ ମାଆଙ୍କ ମଝିରେ ପ୍ରତିବନ୍ଧକ ସାଜିଥିଲା। ଏଣୁ ଚଳିତ ଯାତ୍ରାରେ ଅପୂର୍ବ ଆନନ୍ଦ, ଅପୂର୍ବ ଉତ୍ସାହର ସହ ସବୁ ବର୍ଗର ସବୁ ଶ୍ରେଣୀର ଭକ୍ତ ଓ ଶ୍ରଦ୍ଧାଳୁ ଯୋଡ଼ି ହୋଇଥିଲେ । ମାଆଙ୍କର ଏହି ଯାତ୍ରା ବହୁ ପୂରାତନ । ମହୁରି ଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରୁ ଏହି ଘଟଯାତ୍ରା ପରମ୍ପରା ଆଣି ଏଠାରେ ଆରମ୍ଭ କରିଥିଲେ ।

nis-ad
Leave A Reply

Your email address will not be published.